ଏସଡିଜେଏମ କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ

ଏସଡିଜେଏମ କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ

ଏସଡିଜେଏମ କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ
କଟକ : କଟକ ଏସଡିଜେଏମ କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ ମହାନ୍ତି । ପାରିବାରିକ ହିଂସା ମାମଲାରେ ଅନୁଭବ କୋର୍ଟରେ ପହଞ୍ଚିଛନ୍ତି । ପତ୍ନୀ ବର୍ଷାଙ୍କ ପକ୍ଷରୁ ଦାୟର ମାମଲାରେ ଅନୁଭବ କୋର୍ଟରେ ପହଞ୍ଚିଛନ୍ତି । ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି । ପ୍ରକାଶ ଯେ, ଓଲିଉଡର ଏହି ଷ୍ଟାର ଦମ୍ପତ୍ତିଙ୍କ ଛାଡପତ୍ରକୁ ନେଇ ବର୍ଷା କଟକ ସ୍ଥିତ ଦୌରାଜଜଙ୍କ ନିକଟରେ ମାମଲା ରୁଜୁ କରିଥିଲେ । ଏହାପରେ ଅନୁଭବ ଦିଲ୍ଲୀସ୍ଥିତ ପଟିଆଲା ହାଉସ କୋର୍ଟରେ ମାମଲା ଦାୟର କରିଥିବା ଜଣାପଡିଥିଲା । ଉଭୟ ପରସ୍ପର ବିରୋଧରେ ବୟାନ ପ୍ରଦାନ କରିବାରେ ନ୍ୟସ୍ତ ରହିଥିଲେ । ସୋସିଆଲ ମିଡିଆରେ ପରସ୍ପର ପ୍ରତି ଅପମାନ ସୂଚକ ମନ୍ତ୍ୟ ଦେଉଥିଲେ । ବର୍ଷା ଏବଂ ସେ ସ୍ୱାମୀ ସ୍ତ୍ରୀ ପରି ଚଳୁନଥିବା ନେଇ ଅନୁଭବ ଅଭିଯୋଗ କରିଥିଲେ । ସେହିପରି ଅନୁଭବ ମଦ ପିଇ ତାଙ୍କୁ ମାଡ ମାରିବା ସହିତ ନିର୍ଯାତନା ଦେଉଥିଲେ ବୋଲି ବର୍ଷା ଅଭିଯୋଗ କରିଥିଲେ । ଏହାପରେ ସର୍ବୋଚ୍ଚକୋର୍ଟଙ୍କ ତତ୍ତ୍ୱାବଧାନରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନର ପ୍ରୟାସ କରାଯାଇଥିଲା ।