‘ଅବଢ଼ା’ ଯୋଜନାରେ ୨୬୫ କୋଟି ର ପ୍ରକଳ୍ପ ଅନୁମୋଦିତ
‘ଅବଢ଼ା’ ଯୋଜନାରେ ୨୬୫ କୋଟି ର ପ୍ରକଳ୍ପ ଅନୁମୋଦିତ
admin
Aug 8, 2019 - 07:09
Updated: Aug 8, 2019 - 07:09
ଭୁବନେଶ୍ୱର : ପୁରୀ ସହରର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୬୫ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମକୁ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ସେମାନଙ୍କୁ ପୁରୀ ସହରର ଉନ୍ନତମାନର ସେବା ଓ ସୁବିଧା ଯେରାଗଇ ଦେବା ପାଇଁ ‘ଅବଢ଼ା’ ଯୋଜନାର ୫ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ । ପୁରୀ ପୁରୁଣା ଜେଲ ପରିସର, ଯାତ୍ରୀକା ଓ ମ୍ୟୁନିସପାଲିଟି ମାର୍କେଟର ବିକା କରାଯାଇ ସେଠାରେ ୧୨୫୦ ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପୁରୀ ପୁରୁଣା ଜେଲ ପରିସରରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥାର ବିକାଶ କରାଯିବ । ଯେଉଁଠାରେ ୪୦୦ କାର ପାର୍କିଂ ର ସୁବିଧା ରହିବ । ଏହା ଦ୍ୱାରା ପୁରୀକୁ ଆସୁଥିବା ଯାତ୍ରୀମାନଙ୍କର ଗାଡ଼ି ପାର୍କିଂ ସମସ୍ୟା ଦୂର ହୋଇପାରିବ ।
ସେହିପରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ପୁରୀରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖାଯିବ । ଗୋଟିଏ ସ୍ଥାନରେ ସମସ୍ତ ସରକାରୀ କାର୍ଯ୍ୟାଳୟ ରହିବା ଦ୍ୱାରା ସାଧାରଣ ଲୋକମାନଙ୍କ ପାଇଁ ଏହା ସୁବିଧାଜନକ ହେବ । ଏହାଛଡ଼ା ସ୍ଥାନାନ୍ତରିତ ହୋଇଥିବା କାର୍ଯ୍ୟାଳୟ ପରିସରଗୁଡ଼ିକୁ ପାର୍କ ଆଦି ବିଭିନ୍ନ ନାଗରିକ ସୁବିଧା କେନ୍ଦ୍ର ଭାବରେ ବ୍ୟବସାୟ କରାଯାଇପାରିବ । ପୁରୀ ମ୍ୟୁନିସପାଲଟି ମାର୍କେଟର ପୁନରୁଦ୍ଧାର କରାଯାଇ ଏହାକୁ ଅତ୍ୟାଧୁନିକ ମାର୍କେଟ କମ୍ପେ୍ଲକସରେ ପରିଣତ କରାଯିବ । ଆଚାର୍ଯ୍ୟ ହରିହର ଛକର ରାସ୍ତା ସମ୍ପ୍ରସାରଣ କରାଯାଇ ସେଠାରେ ବିଭିନ୍ନ ନାଗରିକ ସୁବିଧା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧିକାରୀ ଓଡ଼ିଶା ସେତୁ ଓ ନିର୍ମଶର ନିଗମ ଜରିଆରେ କାର୍ଯ୍ୟକାରୀ ହେବ । ଆଜିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଉନ୍ନୟନ କମିଶନର , ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ, ଅର୍ଥ ବିଭାଗର ପ୍ରମୁଖ ସଚିବ , ପୂର୍ତ୍ତ ସଚିବ ଓ ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ ।