ଏଥର ଦୋଳ ପୂର୍ଣ୍ଣିମା ଟିକେ ନିଆରା

ଦୋଳ ପୂର୍ଣ୍ଣିମାରେ ରାଜରାସ୍ତାରେ ନୁହେଁ ଗୋଶାଳାରେ ହୋଲି ଉତ୍ସବ । ଗୋମାତାକୁ ବନ୍ଦା ପନା ସାଙ୍ଗକୁ ଫୁଲ ମାଳ ଦେଇ ଅବିର ଲଗେଇ ହୋଲି ଉତ୍ସବ। ଭୁବନେଶ୍ୱର ସହିଦ ନଗର ସୁନ୍ଦରୀ ଗୋଶାଳାରେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା ସୁନାଦେଇ ପ୍ରଡକ୍ସନ ପକ୍ଷରୁ ଯୁବକ ମାନେ ଗୋମାତା ସହ ହୋଲି ଖେଳିଏ ନିଆରା ବାର୍ତା ଦେଇଛନ୍ତି । ଗୋମତାଙ୍କୁ କଞ୍ଚା ପନି ପରିବା ସହ ନଡ଼ା ଖାଇବାକୁ ଦେଇଛନ୍ତି । ଆଜିକା ଦିନରେ ଯେଉଁ ଭଳି ଭାବରେ ଗୋମତାଙ୍କୁ ଅତ୍ୟାଚାର କରିବା ସହିତ ହତ୍ୟା କରାଯାଉଛି। କେବଳ ସେତିକି ନୁହେଁ ରାତି ଅଧରେ ଯେଉଁଠି ବି ଗୋମତା ଦୃଘଟଣା ହୁଏ। ଖବର ପାଇ ଯୁବକ ମାନେ ପହଂଚି ଏଠି ଆଣି ଚିକିତ୍ସା କରାଯାଏ। ଆଜି ଦିନରର ଗୋମାତା ମାନଙ୍କ ସହ ହୋଲି ଖେଳ,ଯୁବ ପିଢୀମାନଙ୍କ ମଧ୍ୟରେ ସଚେତନ କରିବା ମୁଖ୍ୟ ଲକ୍ଷ୍ୟ।