ଏଠାରେ ଅଚାନକ୍ ମରିଗଲେ ଶହ ଶହ ବଗ, ରହସ୍ୟମୟ ରୋଗରେ ଲୋକେ ଛାନିଆ

ଏଠାରେ ଅଚାନକ୍ ମରିଗଲେ ଶହ ଶହ ବଗ, ରହସ୍ୟମୟ ରୋଗରେ ଲୋକେ ଛାନିଆ

ଏଠାରେ ଅଚାନକ୍ ମରିଗଲେ ଶହ ଶହ ବଗ, ରହସ୍ୟମୟ ରୋଗରେ ଲୋକେ ଛାନିଆ

ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ଭାବେ ଘୋଷଣା ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଶହ ଶହ ବଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ସାମନାକୁ ଆସିଛି । ବଗଙ୍କ ଅଚାନକ ମୃତ୍ୟୁ ଖବର ଶୁଣି ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀମାନେ ପହଞ୍ଚିଥିବା ବେଳେ ବଗଙ୍କ ନମୁନା ପରିକ୍ଷା ପାଇଁ ଫୋରେନ୍ସିକ୍ ଲ୍ୟାବକୁ ପଠାଯାଇଛି । ଖେତ ଓ ଗଛରେ ଶହ ଶହ ବଗଙ୍କ ମୃତଦେହ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତାଙ୍କର ମୃତ୍ୟୁ କିପରି ହୋଇଛି ବୋଲି ଅନୁସନ୍ଧାନ ଚାଲିଛି । ସମ୍ପ୍ରତି ୧୦୦ରୁ ଅଧିକ ବଗଙ୍କ ମୃତ ଦେହକୁ ପୋତା ସରିଛି । ଯାଞ୍ଚର ରିପୋର୍ଟ ଆସିବା ପରେ ବଗଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ରହସ୍ୟମୟ ଭାବେ ଏତେ ସଂଖ୍ୟକ ବଗଙ୍କ ମୃତ୍ୟୁ ଦେଖି ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଯେଉଁଠାରେ ବଗମାନଙ୍କ ମୃତ୍ୟୁ ହୋଇଛି, ସେଠାରୁ କିଛି ଦୂରରେ ଅନେକ ମାଂସ କାରଖାନା ରହିଛି । ବଗଙ୍କ ମୃତ୍ୟୁ ପଛରେ କାରଖାନାର ମଇଳା ମଧ୍ୟ ପ୍ରମୁଖ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ମରିଥିବା ବଗଙ୍କ ସଂସ୍ପର୍ଶରେ ନ ଆସିବା ସହ ଘଟଣାସ୍ଥଳରୁ ଦୂରେଇ ରହିବାକୁ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ନିବେଦନ କରିଛନ୍ତି । ଏହା ଦ୍ୱାରା କେତେକ ବଡ ରୋଗ ହେବାର ଆଶଙ୍କା ରହିଛି । ଡିଏଫଓ ସତୀଶ କୁମାର କହିଛନ୍ତି ଯେ, ମୃତ ତଥା ଚେତାଶୂନ୍ୟ ଅବସ୍ଥାରେ ମିଳିଥିବା ବଗଗୁଡିଙ୍କୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି ।