ଫୋକସରେ ପୋଲସରା ନିର୍ବାଚନ ମଣ୍ଡଳୀ
ଫୋକସରେ ପୋଲସରା ନିର୍ବାଚନ ମଣ୍ଡଳୀ
admin
Mar 20, 2019 - 05:33
Updated: Mar 20, 2019 - 05:33
ବ୍ରହ୍ମପୁର: ୨୦୦୯ ସୀମା ନିର୍ଦ୍ଧାରଣ ବେଳେ ନୂତନ ଭାବେ ଗଠିତ ହୋଇଛି ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ । ପୋଲସରା ବ୍ଳକ, ବୁଗୁଡା ବ୍ଳକ, ପୋଲସରା ଏନଏସି ଓ ବୁଗୁଡା ଏନ୍ଏସିକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ । ନବଗଠିତ ଏହି ବିଧାନ ସଭା କ୍ଷେତ୍ର ୨୦୦୯ରେ ପ୍ରଥମେ ନିର୍ବାଚନକୁ ସାମ୍ନା କରିଥିଲା । ନିର୍ବାଚନ ମଇଦାନକୁ ୧୨ ଜଣ ପ୍ରାର୍ଥୀ ଓହ୍ଳାଇଥିଲେ । ନିରଞ୍ଜନ ପ୍ରଧାନକୁ ବିଜେଡି ପ୍ରାର୍ଥୀ କରିଥିଲା । ପୂର୍ବତନ ମନ୍ତ୍ରୀ ତଥା ବର୍ଷିୟାନ ନେତା ରାମକୃଷ୍ଣ ପଟ୍ଟନାୟକ କଂଗ୍ରେସରୁ ଏବଂ ଜୟନ୍ତୀ ପଢିଆରୀ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ବିଜେଡି କଂଗ୍ରେସ ମଧ୍ୟରୁ ପ୍ରତିଦ୍ୱନ୍ଦିତା ହୋଇଥିଲା । ବିଜେପି ତୃତୀୟ ସ୍ଥାନରେ ରହିଥିଲା । ରାମକୃଷ୍ଣ ପଟ୍ଟନାୟକ ପଟ୍ଟନାୟକ ୪୩ ହଜାର ୮୭୧ ଖଣ୍ଡଭୋଟ ପାଇଥିବା ବେଳେ ବିଜେଡିର ନିରଞ୍ଜନ ପ୍ରଧାନ ୫୫,୧୯୩ ଖଣ୍ଡଭୋଟ ପାଇ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୪ରେ ସ୍ଥିତି ବଦଳିଥିଲା । ରାମକୃଷ୍ଣ ପଟ୍ଟନାୟକ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ବିଜେଡି ନିରଞ୍ଜନ ପ୍ରଧାନଙ୍କୁ ଆଉ ପ୍ରାର୍ଥୀ କରି ନଥିଲା । ବିଜେଡିରୁ ଶ୍ରୀକାନ୍ତ ସାହୁ , କଂଗ୍ରେସରୁ ଗୋକୁଳାନନ୍ଦ ମଲ୍ଲିକ ଏବଂ ଭାଜପାରୁ ରାମକୃଷ୍ଣ ପଟ୍ଟନାୟକ ପତ୍ନୀ ତଥା ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନ ରଣାଙ୍ଗନଙ୍କୁ ସମୁଦାୟ ୧୧ ଜଣ ପ୍ରାର୍ଥୀ ଓହ୍ଳାଇଥିଲେ । ପୂର୍ବଥର ଭଳି ବିଜେଡି-କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା ବିଜେପି ତୃତୀୟ ସ୍ଥାନରେ ରହିଥିଲା । ୬୬ ହଜାର ୭୬୬ ଖଣ୍ଡ ଭୋଟ ପାଇଁ ଶ୍ରୀକାନ୍ତ ସାହୁ ବିଜୟୀ ହୋଇଥିଲେ ।
ବିଧାୟକଙ୍କୁ ଦଳୀୟ କନ୍ଦଳର ସାମ୍ମା କରିବାକୁ ପଡିଥିଲା । ଏପରିକି ତାଙ୍କ ପଛରେ ବିରୋଧୀ ଲାଗି ପଡିଥିଲେ ।ସେ ମିଥ୍ୟା ସତ୍ୟପାଠ ମାମଲା ବି ଛନ୍ଧି ହୋଇପଡିଛନ୍ତି । ମାମଲା ହାଇକୋର୍ଟରେ ପହଂଚିବା ବେଳେ ୩ ମାସ ମଧ୍ୟରେ ଫଇସଲା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ମୁଣ୍ଡ ଉପରେ ନିର୍ବାଚନ ରହିଥିବା ବେଳେ ସ୍ଥାନୀୟ ବିଧାୟକ ଏହି ଅଡୁଆରେ ପଡିଛନ୍ତି । କିନ୍ତୁ ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରତ୍ୟହ କିଛି ନା କିଛି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଲୋକଙ୍କ ସହିତ ରହିଛନ୍ତି ।
ସେପଟେ ବିଜେଡିରେ ଆଶାୟୀ ସଂଖ୍ୟା ସୀମା ଟପିଛି । ଏହି ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହେବାକୁ ୮ ଜଣ ଆଶାୟୀ ରହିଛନ୍ତି ।ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ପ୍ରଭାକର ପଣ୍ଡା,ବରିଷ୍ଠ ସାମ୍ବାଦିକ ଜ୍ୟୋର୍ତିମୟ ପଟ୍ଟନାୟକ,ଢୁଙ୍କପଡାର ପୂର୍ବତନ ସରପଂଚ ଆରତୀ ଦେବୀ, ଗୋପାଳ ଚନ୍ଦ୍ର ନାୟକ, ଡାକ୍ର ବସନ୍ତ କୁମାର ଦାସବୁଗୁଡା ବ୍ଳକର ପୂର୍ବତନ ଅଧ୍ୟକ୍ଷ ରାମ ନାରାୟଣ ସାହୁ ପ୍ରମୁଖ ଆଶାୟୀ ରହିଛନ୍ତି । ବିରୋଧୀଙ୍କୁ ପ୍ରତିହତ କରି ପୁଣି କିଭଳି ବିଜେଡି ଟିକେଟ ପାଇବେ ସେଥିପାଇଁ ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ଲବି ଚଳାଇଛନ୍ତି ।
କଂଗ୍ରେସକୁ ବିପର୍ଯ୍ୟୟ ପିଛା ଛାଡୁନାହିଁ । ୨୦୦୯ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ରାମକୃଷ୍ଣ ପଟ୍ଟନାୟକ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଗୋକୁଳା ନନ୍ଦ ମଲ୍ଲିକ ଦଳ ଛାଡି ପଦ୍ମ ଧରିଛନ୍ତି । ବିଜେପିରୁ ଗୋକୁଳାନନ୍ଦ ମଲ୍ଲିକ ଓ ପ୍ରତାପ ନାୟକ ଆଶାୟୀ ରହିଥିବା ଜଣାପଡିଛି । ତେବେ କଂଗ୍ରେସ ଏହି ନିର୍ବାଚନ ମଣ୍ଡଳୀରୁ ଯୋଗ୍ୟ ପ୍ରାର୍ଥୀ ପାଉ ନ ଥିବା କୁହାଯାଉଛି । ତେବେ କଂଗ୍ରେସରୁ ସୁବ୍ରତ ପଟ୍ଟନାୟକ ଏବଂ ଅଗସ୍ତି ବରାଡ ଏହି ୨ ଜଣ ଆଶାୟୀ ରହିଥିବା ଚର୍ଚ୍ଚା ଧରିଛି ।