ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ବିଲେଇ ଜେଲରୁ ହେଲା ଫେରାର୍

ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ବିଲେଇ ଜେଲରୁ ହେଲା ଫେରାର୍

ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ବିଲେଇ ଜେଲରୁ ହେଲା ଫେରାର୍
ଶ୍ରୀଲଙ୍କା : ଶ୍ରୀଲଙ୍କାରେ ଏବେ ଡ୍ରଗ୍ସ କାରବାର ବେଶ୍ ସମସ୍ୟା ସୃଷ୍ଟି କରିଛି । ଡ୍ରଗ୍ସ ସ୍ମଗଲିଂ ଅଭିଯୋଗରେ ଏକ ବିଲେଇକୁ ଗିରଫ କରି ଜେଲ୍ରେ ବନ୍ଦ ରଖାଯାଇଥିଲା । କିନ୍ତୁ ଏହି ବିଲେଇଟି ଜେଲ୍ରୁ ଫେରାର୍ ହେବାରେ ସଫଳ ହୋଇଛି । ଏପରି ଏକ ମାମଲା ଶ୍ରୀଲଙ୍କାରୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଡ୍ରଗ୍ସ ଓ ସିମ୍ କାର୍ଡ ସ୍ମଗଲିଂରେ ବିଲେଇର ବ୍ୟବହାର ହେଉଥିଲା । ଶ୍ରୀଲଙ୍କାର ହାଇ ସିକ୍ୟୁରିଟି ବେଲିକାଡା ଜେଲ୍ରେ ଗୁଇନ୍ଦା ଅଧିକାରୀମାନେ ଶନିବାର ଦିନ ବିଲେଇ ଜରିଆରେ ସନ୍ଦିଗ୍ଧ ଗତିବିଧି ଉପରେ ସୂଚନା ପ୍ରାପ୍ତ କରିଥିଲେ । ଜଣେ ସ୍ଥାନୀୟ ପୋଲିସ୍ ଅଧିକାରୀଙ୍କ ସୂଚନାନୁସାରେ ବିଲେଇ ନିକଟରୁ ୨ ଗ୍ରାମ ହିରୋଇନ୍, ୨ଟି ସିମ୍ କାର୍ଡ ଓ ୨ଟି ମେମୋରୀ ଚିପ୍ସ ଜବତ ହୋଇଛି । ବିଲେଇର ବେକରେ ଏକ ପ୍ୟାକେଟ୍ ବନ୍ଧା ହୋଇଥିଲା, ଯେଉଁଥିରେ ଉପରୋକ୍ତ ସମସ୍ତ ଜିନିଷ ରହିଥିଲା । ତେବେ ପୋଲିସ୍ ଗିରଫ କରି ଜେଲ୍ରେ ରଖିଥିବାବେଳେ ଜେଲ୍ ହାଜତରୁ ଖସିବାରେ ସଫଳ ହୋଇଛି ବିଲେଇ । ଶ୍ରୀଲଙ୍କାରେ ଡ୍ରଗ୍ସ ଚୋରା ଚାଲାଣ ବହୁମାତ୍ରାରେ ହେଉଥିବାର ସୂଚନା ରହିଛି । ନିକଟରେ ଶ୍ରୀଲଙ୍କାର କିଛି ଜେଲ୍ରୁ ଡ୍ରଗ୍ସ,, ଫୋନ୍ ଓ ଚାର୍ଜର ଜବତ ହୋଇଛି । ଗତ ସପ୍ତାହରେ ଶ୍ରୀଲଙ୍କା ପୋଲିସ୍ କଲମ୍ବୋରୁ ଏକ ବାଜ ପକ୍ଷୀକୁ ଧରିଥିଲା । ଏହି ବାଜ ପକ୍ଷୀ ଦ୍ବାରା ଡ୍ରଗ୍ସ ଚୋରା ଚଲାଣ ହେଉଥିବାର ସୂଚନା ରହିଥିଲା ।