ଏକ ଟିଫିନ୍ ବୋମା ଉଦ୍ଧାର କରି ନିଷ୍କ୍ରିୟ କରିଛି ବିଏସଏଫ

ଏକ ଟିଫିନ୍ ବୋମା ଉଦ୍ଧାର କରି ନିଷ୍କ୍ରିୟ କରିଛି ବିଏସଏଫ

ଏକ ଟିଫିନ୍ ବୋମା ଉଦ୍ଧାର କରି ନିଷ୍କ୍ରିୟ କରିଛି ବିଏସଏଫ
ଜୟପୁର : ରାମଗିରି ପଞ୍ଚାୟତର ସିନ୍ଧିଆଗୁଡା ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଖଞ୍ଜିଥିବା ଏକ ଟିଫିନ୍ ବୋମା ଉଦ୍ଧାର କରି ନିଷ୍କ୍ରିୟ କରିଛି ବିଏସଏଫ। ସୂଚନାନୁଯାୟୀ, ରାମଗିରି ପଞ୍ଚାୟତର ସିନ୍ଧିଆଗୁଡା ଜଙ୍ଗଲର ଗୋଟିଏ ଗଛ ମୂଳରେ ଗୋଟିଏ ଥଣ୍ଡା ପାନୀୟ କାର୍ଟୁନ୍ ସନ୍ଦେହ ଜନକ ଅବସ୍ଥାରେ ପଡି ରହିଥିଲା। ଏନେଇ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ରାମଗିରି ବିଏସଏଫର ୧୫୧ ବାଟାଲିୟନକୁ ସୂଚନା ମିଳିବା ପରେ କମ୍ବିଂ ଅପରେଶନ କରାଯାଇଥିଲା। ବିଏସଏଫ ଯବାନ ଏବଂ ରାମଗିରି ପୋଲିସ ମିଳିତ ଭାବରେ ଏହି କମ୍ବିଂ ଅପରେଶନ କରିଥିଲେ। ଏହି ସମୟରେ ସନ୍ଦିଗ୍ଧ ଅବସ୍ଥାରେ ପଡିଥିବା ଥଣ୍ଡା ପାନୀୟ କାର୍ଟୁନ ନିକଟରେ ସନ୍ଧାନୀ କୁକୁର ଯାଞ୍ଚ୍ କରିଥିଲା। ତେବେ ସନ୍ଧାନୀ କୁକୁର ଉକ୍ତ ପାନୀୟ କାର୍ଟୁନକୁ ପ୍ରଥମେ ନଛୁଇଁ ଗୋଡ ସାହାଯ୍ୟରେ ମାଟି ଖୋଳିଥିଲା। ଫଳରେ ଯବାନମାନେ ମାଟି ଖୋଳିବାରୁ ସେଠାରୁ ଏକ ଟିଫିନ୍ ବୋମା ଉଦ୍ଧାର କରାଯାଇଥିଲା। ଏହି ଟିଫିନ୍ ବୋମାକୁ ବିଏସଏଫର ଯବାନ କିଛି ଦୂରକୁ ଫୋପାଡି ନିଷ୍କ୍ରିୟ କରିଥିଲେ।