ଏକଜିଟ ପୋଲ : ଜାଣନ୍ତୁ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କଣ ଆସିଲା

ଏକଜିଟ ପୋଲ : ଜାଣନ୍ତୁ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କଣ ଆସିଲା

ଏକଜିଟ ପୋଲ :  ଜାଣନ୍ତୁ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କଣ ଆସିଲା
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଆସନ୍ତା ମେ’ ୨ରେ ଜନତା କାହା ସପକ୍ଷରେ ମତ ଦେଇଛନ୍ତି ତାହା ସ୍ପଷ୍ଟ ହୋଇଯିବ । ତେବେ ସଂଧ୍ୟାରେ ପଶ୍ଚିମବଙ୍ଗ ନିର୍ବାଚନ ସଂକ୍ରାନ୍ତରେ ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି । ସିଏନଏକ୍ସ ରିପ୍ଲବିକର ସର୍ଭେ ଅନୁଯାୟୀ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସିକୁ ୧୩୩, ବିଜେପିକୁ ୧୪୩ ଓ ସିପିଏମକୁ ୧୬ ଆସନ ମିଳିବ । ସେହିପରି ଇଟିଜି ରିସର୍ଚ୍ଚର ରିପୋର୍ଟ ଅନୁସାରେ ଟିଏମସିକୁ ୧୬୯, ବିଜେପିକୁ ୧୧୦ ଓ ସିପିଏମକୁ ୧୪ ଆସନ ମିଳିବ । ଅପରପକ୍ଷରେ ପି-ମାର୍କ କରିଥିବା ସର୍ଭେ କହୁଛିଯେ, ଟିଏମସି ୧୫୮, ବିଜେପି ୧୨୦ ଓ ସିପିଏମ ୧୪ ଆସନ ପାଇବ । ସେହିପରି ଟାଇମ୍ସ ନାଓ-ସି ଭୋଟର ସର୍ଭେ ଆଧାରରେ ଟିଏମସି ୧୫୮, ବିଜେପି ୧୧୫ ଓ ସିପିଏମ ୧୯ ଆସନ ପାଇବ । ସିଏନଏକ୍ସ ରିପ୍ଲବିକକୁ ଛାଡ଼ିଦେଲେ ଅନ୍ୟ ସର୍ଭେ ଅନୁଯାୟୀ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବାଜିମାତ କରିବ । ଅପରପକ୍ଷରେ ବିଜେପି ଭଲ ପ୍ରଦର୍ଶନ କରିବାର ଥିବାବେଳେ ବାମପନ୍ଥୀଙ୍କ ସ୍ଥିତି ଶୋଚନୀୟ ହୋଇପଡ଼ିବ ବୋଲି ଆକଳନ କରାଯାଇଛି ।