ଉଦ୍ଧାର ହଲା ଏକ ବିଶାଳ ଅଜଗର
ଉଦ୍ଧାର ହଲା ଏକ ବିଶାଳ ଅଜଗର
ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ସଂଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିଶାଳ ଅଜଗର । ସ୍ଥାନୀୟ ଲୋକେ ସନ୍ଧ୍ୟା ସମୟରେ ସଂଖପୁର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ଟାଙ୍କି ନିକଟରେ ଏକ ବିରାଟକାୟ ସାପ ଦେଖି ଭୟଭୀତ ହୋଇଯାଇଥିଲା । ଏହାପରେ ସେମାନେ ସ୍ଥାନୀୟ ଅଞ୍ଚଳର ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ନେକ ହେଲପ ଲାଇନର ସଦସ୍ୟ ବାବା ଅମରଜ୍ୟୋତି ଓ ସୁଶାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ଏକ ବିରାଟକାୟ ୧୩ଫୁଟ ଲମ୍ବର ଅଜଗର ସାପ ଚିହ୍ନଟ କରିଥିଲେ । ୧୫ ମିଟିଟର ପରିଶ୍ରମ ପରେ ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ବିରାଟକାୟ ଅଜଗରକୁ ବନ୍ତଳା ଫରେଷ୍ଟ ରେଞ୍ଜର ମାଧବ ଚନ୍ଦ୍ର ନାୟକଙ୍କ ସହାୟତାରେ ପମ୍ପାସର ଜଙ୍ଗଲ ନିକଟରେ ତା’ର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିଲା ।
ସ୍ନେକ ହେଲପ ଲାଇନର ସଦସ୍ୟ ବାବା ଅମରଜ୍ୟୋତିଙ୍କ କହିବା ଅନୁଯାଇ, ଯଦିଓ ଅଜଗର ଏକ ବିଷହୀନ ସାପ କିନ୍ତୁ ଏକ ୧୩ ଫୁଟ ଲମ୍ବା ଅଜଗର ଗୋଟିଏ ମଣିଷକୁ ମାରିବାର କ୍ଷମତା ରଖେ । ମଣିଷ ଦେହରେ ଗୁଡେ଼ଇ ହୋଇ ସ୍ୱାଶରୁଦ୍ଧ କରି ଯଦିଓ ଏହାକୁ ମାରିଦେଇ ପାରିବ, ହେଲେ ଭାରତରେ ଏହି ଭାରତୀୟ ଅଜଗର ସାପ ମଣିଷକୁ ମାରିବା କି ଗିଳିବାର ନଜର ନାହିଁ ।




admin 