ଇଡିରେ ହାଜର ହେବେ କେସିଆର୍ଙ୍କ ଝିଅ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆର୍ଏସ୍ ନେତା କେ.କବିତା ଇଡିରେ ହାଜର ହେବେ। ତାଙ୍କୁ ଆଜି ପୂର୍ବରୁ ଗିରଫ ହୋଇଥିବା ହାଇଦ୍ରାବାଦର ବ୍ୟବସାୟୀ ରାମଚନ୍ଦ୍ର ପିଲ୍ଲାଇଙ୍କ ସାମ୍ନାରେ ବସାଇ ପଚରାଉଚରା କରିବ ଇଡି।
ପୂର୍ବରୁ ଅବକାରୀ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୯ ତାରିଖରେ କେ.କବିତାଙ୍କୁ ହାଜର ହେବାକୁ ସମନ କରିଥିଲା। କିନ୍ତୁ ସେ ଏଥିପାଇଁ ମାର୍ଚ୍ଚ ୧୬ ଯାଏଁ ସମୟ ମାଗିଥିଲେ। ହେଲେ ଆଜି ତଥା ମାର୍ଚ୍ଚ ୧୧ରେ ତାଙ୍କୁ ହାଜର ହେବାକୁ ସମୟ ଦେଇଥିଲା ଇଡି। ସେପଟେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବି ବୋଲି କବିତା କହିଛନ୍ତି।
ଅନ୍ୟପଟେ ଅବକାରୀ ନୀତି ଦୁର୍ନୀତି ମାମଲାରେ କୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଛନ୍ତି।




admin 