ଆୟକର ଦାଖଲ ସମୟସୀମା ସେପ୍ଟେମ୍ବର ୩୦ ଯାଏ ବଢ଼ିଲା

ଆୟକର ଦାଖଲ ସମୟସୀମା ସେପ୍ଟେମ୍ବର ୩୦ ଯାଏ ବଢ଼ିଲା

ଆୟକର ଦାଖଲ ସମୟସୀମା ସେପ୍ଟେମ୍ବର ୩୦ ଯାଏ ବଢ଼ିଲା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆୟକର ଦାଖଲ ସମୟସୀମାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି । ବିଶେଷକରି ୨୦୧୮-୧୯ ଆର୍ଥିକ ବର୍ଷ (୨୦୧୯-୨୦) ବର୍ଷ ନିମନ୍ତେ ଉଦ୍ଧିଷ୍ଟ ଆୟକର ସମୟସୀମାରେ ଏହି ବୃଦ୍ଧି କରାଯାଇଛି । ତେବେ ତୃତୀୟ ଥର ପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ଆୟକର ଦାଖଲରେ ଏଭଳି ବୃଦ୍ଧି ପଦକ୍ଷେପ ନିଆଯାଇଛି । କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି କରଦାତାଙ୍କ ହିତକୁ ଧ୍ୟାନରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି । ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ଆୟକର ଦାଖଲ ସମୟସୀମା ଅଗଷ୍ଟ ୩୦ ରହିଥିଲା । ବର୍ତ୍ତମାନ ଏହାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରାଯାଇଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ମାର୍ଚ୍ଚରେ ଆୟକର ଦାଖଲ ସମୟସୀମାକୁ ମାର୍ଚ୍ଚ ୩୧ ରୁ ଜୁନ୍ ୩୦କୁ ବୃଦ୍ଧି କରାଯାଇଥିଲା ।