ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ

ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ

ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ


ଭୁବନେଶ୍ୱର : ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ । ପୋଷ୍ଟମୋର୍ଟମ କରିଥିବା ଡାକ୍ତର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟରେ ରିପୋର୍ଟ ଦାଖଲ କରିଛନ୍ତି । ପୋଷ୍ଟମୋର୍ଟମ ରିପୋର୍ଟ ସମ୍ପର୍କରେ ନବ ଦାସଙ୍କୁ କେଉଁ ସମୟରେ ଗୁଳି ବାଜିଥିଲା , କେତୋଟି ଗୁଳି ବାଜିଥିଲା , ଏବଂ କେଉଁ ସମୟରେ ମୃତ୍ୟୁ ଘଟିଥିଲା । ଏସମସ୍ତ ତଥ୍ୟର ବିବରଣୀ ରହିଥିବା ସୂଚନା ।
ସୂଚନାଯୋଗ୍ୟ ଯେ, ରବିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧି ଛକ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି ମାରିଥିଲେ । ଯେଉଁଥିରେ ନବ ଦାସ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ । ପରେ ନବ ଦାସଙ୍କୁ ଏୟାରଲିଫ୍ଟ ଜରିଆରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।
ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ।