ଆସାମର ନାଗାଓଁ-କାର୍ବି ଆଙ୍ଗ୍‌ଲୋଙ୍ଗରେ ୧୮ ହାତୀ ମୃତ

ଆସାମର ନାଗାଓଁ-କାର୍ବି ଆଙ୍ଗ୍‌ଲୋଙ୍ଗରେ ୧୮ ହାତୀ ମୃତ

ଆସାମର ନାଗାଓଁ-କାର୍ବି ଆଙ୍ଗ୍‌ଲୋଙ୍ଗରେ ୧୮ ହାତୀ ମୃତ
ଆସାମ: ଗୋଟିଏ କି ଦୁଇଟି ନୁହେଁ, ଏକାବେଳେ ୧୮ଟି ହାତୀର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆସାମର ନାଗାଓଁ-କାର୍ବି ଆଙ୍ଗ୍‌ଲୋଙ୍ଗ୍‌ ଜିଲ୍ଲା ସୀମାନ୍ତରେ ଥିବା ଏକ ପର୍ବତ ଉପରେ ଅନ୍ୟୂନ ୧୮ଟି ହାତୀ ମରି ପଡ଼ିଥବା ଗୁରୁବାର ଦିନ ଦେଖିବାକୁ ମିଳିଥିଲା। ପ୍ରାଥମିକ ତଦନ୍ତ ପରେ ବନ ବିଭାଗ କହିଛି ଯେ, ବଜ୍ରାଘାତ କାରଣରୁ ଏତେ ସଂଖ୍ୟକ ହାତୀ ମରିଥାଇ ପାରନ୍ତି। ଆସାମ ବନ୍ୟପ୍ରାଣୀର ମୁଖ୍ୟ ବନ ସଂରକ୍ଷକ ଅମିତ ସହାୟ କହିଛନ୍ତି ଯେ, କାଠିଆତୋଳି ରେଞ୍ଜ୍‌ ଅନ୍ତର୍ଗତ ପ୍ରସ୍ତାବିତ ‌କୁଣ୍ଡଳି ସଂରକ୍ଷିତ ବନ ନିକଟ ପାହାଡ଼ିଆ ଅଞ୍ଚଳରେ ବୁଧବାର ଦିନ ଉକ୍ତ ଅଘଟଣ ଘଟିଛି। ଦୁଇଟ୍‌ ପୃଥକ୍‌ ସ୍ଥାନରେ ୧୮ଟି ହାତୀଙ୍କର ଶବ ପଡ଼ିଥିବା ସ୍ଥାନୀୟ ଗ୍ରାମବାସୀ ଦେଖି ଆମକୁ ଜଣାଇଥିଲେ। ୧୪ଟି ହାତୀ ପର୍ବତ ଉପରେ ମରିଥିବା ବେଳେ ୪ଟି ହାତୀ ପର୍ବତ ପାଦଦେଶରେ ମରିଥିବା ଜଣାପଡ଼ିଛି। ଘଟଣାସ୍ଥଳକୁ ଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଡକ୍ଟର୍‌ ହିମନ୍ତ ବିଶ୍ବଶର୍ମା ଆସାମ ପରିବେଶ ଓ ବନ ମନ୍ତ୍ରୀ ପରିମଳ ଶୁକ୍ଳବୈଦ୍ୟଙ୍କୁ ନିର୍ଦେଶ ଦେଇଥିଲେ। ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସହ ସେ ଆଜି ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ସମୀକ୍ଷା କରିବେ ବୋଲି କହିଛନ୍ତି।