ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ କରୋନା ପଜିଟିଭ

ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ କରୋନା ପଜିଟିଭ

ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ କରୋନା ପଜିଟିଭ
ନାଗପୁର: ରାଷ୍ଟ୍ରୀୟ ସଂୟ ସେବକ ମୁଖ୍ୟ ମୋହନ ଭାଗବତ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ନାଗପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ହସ୍ପିଟାଲରେ ଥିବା ସ୍ୱତନ୍ତ୍ର କୋଭିଡ ୱାର୍ଡରେ ତାଙ୍କର ଚିକିତ୍ସା କରାଯାଉଛି । ତାଙ୍କ ସ୍ୱାସ୍ଥ ଉପରେ ଡାକ୍ତରମାନେ ନଜର ରଖିଛନ୍ତି । ଭାଗବତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଭାଗବତ ସଂକ୍ରମିତ ହୋଇଥିବା ନେଇ ଆରଏସଏସ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି ।