ଆଜି ରାଜ୍ୟରେ ୧୭୪କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଆଜି ରାଜ୍ୟରେ ୧୭୪କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୪ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୧୦୨ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୭୨ରହିଛି । ଚିହ୍ନଟଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ବର୍ଗର ୧୩ଆକ୍ରାନ୍ତ ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଆଜି ଚିିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧, ବାଲେଶ୍ୱରରୁ ୪, ବରଗଡରୁ ୧, ଭଦ୍ରକରୁ ୨, ବଲାଙ୍ଗିରରୁ ୧, ବୌଦ୍ଧରୁ ୩, କଟକରୁ ୨୦, ଦେବଗଡରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧, ଯାଜପୁରରୁ ୬, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୫, ଖୋର୍ଦ୍ଧାରୁ ୫୫, କୋରାପୁଟରୁ ୧, ମାଲକାନାଗିରିରୁ ୧, ମୟୁରଭଂଜରୁ ୮, ନୟାଗଡରୁ ୭, ନବରଙ୍ଗପୁରରୁ ୫, ନୟାଗଡରୁ ୭, ନୂଆପଡାରୁ ୫, ପୁରୀରୁ ୯, ରାୟଗଡାରୁ ୪, ସମ୍ବଲପୁରରୁ ୧, ସୁନ୍ଦରଗଡରୁ ୧୦ ଓ ରାଜ୍ୟପୁଲରୁ ୧୩ଜଣ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୨୮ହଜାର ୨୪୪ଜଣକୁ ବୃଦ୍ଧି ପାଇଛି । ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୨୩୬ଜଣ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୩ଲକ୍ଷ ୧୭ହଜାର ୨୭୮ ଓ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି ୧ହଜାର ୭୩୪ ।




admin 