ଆଜି ବିଶ୍ୱ ମଶା ଦିବସ
ଆଜି ବିଶ୍ୱ ମଶା ଦିବସ

ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡ଼ିସିନ ପକ୍ଷରୁ ପ୍ରତି ବର୍ଷ ପାଳନ କରାଯାଏ ବିଶ୍ୱ ମଶା ଦିବସ । ସାର ରୋନାଲ୍ଡ ରୋସ୍ ମଶା ଓ ମ୍ୟାଲେରିଆ ସଂକ୍ରମଣ ମଧ୍ୟରେ ସମ୍ପର୍କ ଆବିଷ୍କାର କରିବା ପରେ ୧୮୯୭ରେ ଏହି ଦିବସ ସ୍ଥାପନା ହୋଇଥିଲା । ମ୍ୟାଲେରିଆର କାରଣ ଓ ନିରାକରଣ ଉପରେ ସଚେତନତା ସୃଷ୍ଟି ଏହି ଦିବସର ଉଦ୍ଦେଶ୍ୟ । ମ୍ୟାଲେରିଆ ନିରାକରଣ ନିମିତ୍ତ ପାଣ୍ଠି ସଂଗ୍ରହ କରିବାକୁ ମଧ୍ୟ ଏହି ଦିବସ ପ୍ରୋତ୍ସାହିତ କରେ । ରୋସ୍ ଙ୍କ ଆବିଷ୍କାର ଓ ମ୍ୟାଲେରିଆ ବିରୋଧରେ ବୈଜ୍ଞାନିକଙ୍କ କାର୍ଯ୍ୟକୁ ଏ ଅବସରରେ ପ୍ରଶଂସା କରାଯାଏ ।
ମଶା ଦିବସ ଆରମ୍ଭ ପରଠୁ ବିଶ୍ୱ ସ୍ତରରେ ବିଭିନ୍ନ ସେମିନାର, ବକୃତା ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ପ୍ରତି ବର୍ଷ ଆଫ୍ରିକା, ଦକ୍ଷିଣ ଆମେରିକା, ମଧ୍ୟ ଆମେରିକା, ମେକ୍ସିକୋ, ଋଷିଆ ଓ ଏସିଆର ଅଧିକାଂଶ ଅଞ୍ଚଳରେ ମଶା ଦ୍ୱାରା ୭୦ କୋଟିରୁ ଉଦ୍ଧ୍ୱର୍ ଲୋକ ସଂକ୍ରମଣର ଶିକାର ହେଉଛନ୍ତି । ପ୍ରତି ବର୍ଷ ଅତିକମରେ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ମଶା ସଂକ୍ରମଣରେ ପ୍ରାଣ ହରାଉଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦେଶରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।