ଆଜିଠୁ ଯୁକ୍ତ ତିନି ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ପାଠପଢା ଆରମ୍ଭ

ଆଜିଠୁ ଯୁକ୍ତ ତିନି ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ପାଠପଢା ଆରମ୍ଭ

ଆଜିଠୁ ଯୁକ୍ତ ତିନି ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ପାଠପଢା ଆରମ୍ଭ

ଭୁବନେଶ୍ବର: ଆଜିଠୁ ଯୁକ୍ତ ତିନି ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ରାଜ୍ୟର ସମସ୍ତ ବିଶ୍ବ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତି ତିନି ପ୍ରଥମ ବର୍ଷ ପିଲାଙ୍କ ପାଠପଢା ଆରମ୍ଭ ହେବ । ସମସ୍ତ କଲେଜରେ ପ୍ରଥମ ବର୍ଷ ସ୍ନାତକ (ୟୁଜି) ନାମଲେଖା ସରିଥିବାବେଳେ ଆଜିଠୁ ପାଠପଢା ଆରମ୍ଭ ହେବ । କୋରୋନା କୋପ କମିଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଫିଜିକାଲ ମୋଡରେ ପିଲାଙ୍କ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

ପାଠପଢା ସହ ଯେଉଁ ଛାତ୍ରଛାତ୍ରୀମାନେ ହଷ୍ଟେଲ ରହିବା ପାଇଁ ନାମ ଲେଖାଇଛନ୍ତି ସେମାନଙ୍କ ପାଇଁ ହଷ୍ଟେଲରେ ସବୁ ପ୍ରକାର ସୁବିଧା ରଖିବାକୁ ମଧ୍ୟ ଚିଠିରେ କୁହାଯାଇଛି । ପ୍ରଥମ ବର୍ଷ ୟୁଜି ଆଡମିଶନ ଫି ସଂଗ୍ରହ କରିବାର ସମୟସୀମା ଓ ପିଜି ପାଇଁ ମଧ୍ୟ ଆଡ଼ମିଶନ ଫି ଦିଆଯାଇଥିବା ସମୟସୀମା ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ୟ୍ୟାୟ ଆଡମିଶନ ପ୍ରକ୍ରିୟାରେ ଆଡମିଶନ ହୋଇଥିଲେ ଏବଂ ପୁନର୍ବାର ଆବେଦନ କରିବାକୁ ଇଚ୍ଛୁକ ନୁହଁନ୍ତି, ସେମାନଙ୍କ ଆଡମିଶନ ଫି ଆସନ୍ତା ୧୪ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ ଅନଲାଇନ୍ ମଧ୍ୟମରେ ଆଡ଼ମିଶନ ଫି ଜମା କରିବାକୁ ପଡିବ । ସେହିଭଳି, ଯେଉଁ ଛାତ୍ରଛାତ୍ରୀମାନେ ଦ୍ବିତୀୟ ପର୍ୟ୍ୟାୟ ମାଧ୍ୟମରେ ଆଡମିଶନ ପ୍ରକ୍ରିୟାରେ ଆଡମିଶନ କରିଛନ୍ତି ସେମାନେ ଆଡମିଶନ ଫି ନଂଭେମ୍ବର ୧ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ୟ୍ୟନ୍ତ କେବଳ ଅନଲାଇନ୍ ମୋଡ୍ ଫିକୁ ଜମା କରିପାରିବେ ବୋଲି ନିର୍ଦ୍ଦେଶ ରହିଛି ।

ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ୟ୍ୟାୟରେ ଆଡମିଶନ ପ୍ରକ୍ରିୟାରେ (୧ ଚୟନ ଏବଂ ୨ ଚୟନ) ରେ ଆଡମିଶନ ହୋଇଥିଲେ ଏବଂ ଶେଷରେ SPOT  ଚୟନ ପ୍ରକ୍ରିୟାରେ ଆଡମିଶନ ହେବେ, ସେମାନଙ୍କ ଆଡମିଶନ ଫି ଅକ୍ଟୋବର ୧୭ରୁ ନଭେମ୍ବର ୧୫ ତାରିଖ ମଧ୍ୟରେ ଅନଲାଇନ୍ ମୋଡରେ ଜମା କରିପାରିବେ । ଆଡ଼ମିଶନ ଫି ପରେ ଟଙ୍କା ରସିଦ ଦିଆଯିବ । ଯଦି ଆଡ଼ମିସନ ଫି ଜମା କରାଯାଇନଥିଲେ ତେବେ ଆଡମିଶନ ରଦ୍ଦ କରାଯିବ ।ଏହା
ସୂଚନା ଅନୁଯାୟୀ, ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଉଭୟ ୟୁଜି ଏବଂ ପିଜି ନାମଲେଖା ଶେଷ ହୋଇନାହିଁ । ୟୁଜିର ଯଦିଓ ନାମଲେଖା ଶେଷ ହୋଇଛି, କିନ୍ତୁ ସିଟ୍ ବଳକା ପଡ଼ିଥିବାରୁ ପୁଣିଥରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦ୍ବିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପାଖରେ ସୁଯୋଗ ରହିଛି । ଏନେଇ ଆସନ୍ତାକାଲିଠୁ (ଶୁକ୍ରବାର) ଆବେଦନ ଆରମ୍ଭ ହେବ । ଆବେଦନ ୧୯ ତାରିଖ ଯାଏ ଚାଲିବ । ୨୭ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୨୮ ତାରିଖରୁ ୩୧ ତାରିଖ ଯାଏ ନାମଲେଖା ହେବ । ସେହିଭଳି ପିଜି ପାଠ୍ୟକ୍ରମରେ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ସ୍ପଟ ନାମଲେଖା ବାକି ରହିଛି ।

ଆସନ୍ତା ମାସ ୧୦ ତାରିଖରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୧୮ତାରିଖରେ ସ୍ପଟ ନାମଲେଖା ପାଇଁ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ଏହାପରେ ୧୯ ଓ ୨୦ ତାରିଖ ସ୍ପଟ ନାମଲେଖା ଅନୁଷ୍ଠିତ ହେବ । ତେବେ ନାମଲେଖା ଶେଷ ହୋଇ ନ ଥିଲେ ସୁଦ୍ଧା ପାଠପଢ଼ା ବହୁ ବିଳମ୍ବ ହୋଇଯାଇଥିବାରୁ ରାଜ୍ୟ ସରକାର କ୍ଲାସ୍ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।