କେନାଲରେ ବୁଡ଼ି ୩ ଯୁବକ ନିଖୋଜ

କେନାଲରେ ବୁଡ଼ି ୩ ଯୁବକ ନିଖୋଜ

 କେନାଲରେ ବୁଡ଼ି ୩ ଯୁବକ ନିଖୋଜ


ଚୌଦ୍ୱାର: କେନାଲରେ ଭାସିଯାଇ ୩ ନିଖୋଜ । ଜଗତପୁର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ ଯୁବକ ନିଖୋଜ । ଗତକାଲି ବିଳମ୍ବିତ ରାତିରେ ଭାସି ଯାଇ ନିଖୋଜ ହୋଇଥିବା ସୂଚନା ।

ଚୌଦ୍ଵାର ରୁପଯାତ୍ରା ଭସାଣୀ ଦେଖିସାରି ଘରକୁ ଫେରୁଥିବା ସମୟରେ ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଇବାକୁ ଯାଇଥିଲେ ୪ ସାଙ୍ଗ । ଗାଧୋଉ ଥିବାବେଳେ ହଠାତ୍ ୪ ଜଣ ଖସି ପଡ଼ିଥିଲେ । ତେବେ ସେଥିରୁ ଜଣେ ପହଁରି କୁଳରେ ଲାଗିଥିଲେ । ଆଜି ସକାଳୁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଜଗତପୁର ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।