ଆଜିଠୁ ପିଜି ନାମଲେଖା ଆରମ୍ଭ
ଆଜିଠୁ ପିଜି ନାମଲେଖା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକତ୍ତୋର (ପିଜି) ପାଠ୍ୟକ୍ରମରେ ଶୁକ୍ରବାରଠୁ ପ୍ରଥମ ପର୍ୟ୍ୟାୟ ନାମଲେଖା ହେବ । ଏଥିପାଇଁ ଗୁରୁବାର ଛାତ୍ରଛାତ୍ରୀଙ୍କ ସିଟ୍ ଆଲର୍ଟମେଣ୍ଟ କରାଯାଇଛି । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଶୁକ୍ରବାର ଓ ଶନିବାର ନାମ ଲେଖାଇବେ ।
ପରେ ସେପ୍ଟେମ୍ବର ୨୩ ତାରିଖ ମଧ୍ୟାହ୍ନ ପରେ ଦ୍ୱିତୀୟ ପର୍ୟ୍ୟାୟ ସିଟ୍ ଆଲର୍ଟମେଣ୍ଟ କରାଯିବ ।
ତା’ପର ଦୁଇଦିନ ୨୪ ଓ ୨୫ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ୨୯ ତାରିଖରେ ସାମ୍ସ ୱେବସାଇଟ୍ରେ ବଳକା ସିଟ୍ଗୁଡ଼ିକର ତାଲିକା ପ୍ରକାଶ ପାଇବ । ଏଥିରେ ନାମଲେଖା ପାଇଁ ଅକ୍ଟୋବର ୧୦ ତାରିଖରେ ସ୍ପଟ୍ ସିଟ୍ର ତାଲିକା ବାହାରିବ ।