ଆଜିଠାରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଆଜିଠାରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଆଜିଠାରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଭୁବନେଶ୍ବର:  ଆଜି ଓଡିଶାରେ ଆରମ୍ଭ ହେଉଛି ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା  ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ସାଧାରଣତ ଓଡିଆ ପରମ୍ପରାରାରେ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ଧନ ପ୍ରାପ୍ତି ହେବା ନେଇ ବିଶ୍ବାସ ରହିଛି । ମା'ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ୟ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ । । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ଏଥି ପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ । ଓଡିଶାର ବିଭିନ୍ନ ସ୍ଥାନରେ ଏହି ପୂଜା ବେଶ ଧୂମଧାମରେ କରାଯାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଉଥିବା ବେଳେ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ ।

ଓଡିଶାର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପୂଜା ବେଶ ଜାକଜକମରେ କରାଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଏଥିପାଇଁ ପ୍ରସିଦ୍ଧ । ଲକ୍ଷ୍ମୀପୂଜା ଆସିଲେ ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ସହରକୁ ଲୋକଙ୍କ ସୁଅ ଛୁଟେ । ରଙ୍ଗିନ ଆଲୁଅରେ ସହର ଝଲସି ଉଠୁଥିବା ବେଳେ ପୂଜାମଣ୍ଡପ ଗୁଡିକରେ ଲୋକଙ୍କ ଭିଡ ଜମେ । କେତେକ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ୭ରୁ ୧୦ ଦିନ ହେଇଥିବା ବେଳେ ଢେଙ୍କାନାଳ ସହରରେ ୧୧ ଦିନ ଧରି ହୋଇଥାଏ । ତେବେ ଚଳିତ ବର୍ଷ ସହରର ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' । କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ମଧ୍ୟରେ ମାଙ୍କୁ ପୂଜା କରାଯିବ । ଭକ୍ତଙ୍କୁ ପୂଜା ମଣ୍ଡପ ଗୁଡିକୁ ଯିବାକୁ ବାରଣ କରାଯାଇଥିବା ବେଳେ କେବଳ ସୀମିତ ସଂଖ୍ୟକ ପୂଜକଙ୍କ ଉପସ୍ଥିତିରେ ମା'ଙ୍କୁ ପୂଜା କରାଯିବ । ଆଜି ସନ୍ଧ୍ୟାରେ ମଣ୍ଡପ ଗୁଡିକରେ ଅର୍ଣ୍ଣପୂର୍ଣ୍ଣା ମା' ଲକ୍ଷ୍ମୀଙ୍କୁ ଆବାହନ କରାଯିବ ।