ଆଉ ୧୮ ଜୀବନ ନେଲା କରୋନା

ଆଉ ୧୮ ଜୀବନ ନେଲା କରୋନା

ଆଉ ୧୮ ଜୀବନ ନେଲା କରୋନା

ଭୁବନେଶ୍ୱର: ଗୋଟିଏ ପଟେ କରୋନାର ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି, ଅନ୍ୟପଟେ କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଉ ୧୮ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। 

ଅଡିଟ୍ ପ୍ରୋସେସରେ ଆଉ ୧୮ଜଣଙ୍କ ମୃତୁ୍ୟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୮ଜଣ ରହିଛନ୍ତି। ସେହିପରି ଭୁବନେଶ୍ୱରରୁ ୪, କେନ୍ଦ୍ରାପଡାରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି।

ସେହିପରି ଅନୁଗୁଳ, ବାଲେଶ୍ୱର, ଗଞ୍ଜାମ, କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରନ୍ତଙ୍କ ମୃତୁ୍ୟ ଘଟିଥିବା ସୂଚନା ମିଳିଛି । ଏହାକୁ ମିଶଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୯୯୪କୁ ବୃଦ୍ଧି ପାଇଛି ।
ଏହା ସହିତ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୧ହଜାର ୨୭୨ । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୬୫ହଜାର ୮୪୩ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି ୭ହଜାର ୦୯୯ ।