ଆଇସକି୍ରମ କାଠିରେ କୁନି ରଥ, ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲେ

ଆଇସକି୍ରମ କାଠିରେ କୁନି ରଥ, ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲେ

ଆଇସକି୍ରମ କାଠିରେ କୁନି ରଥ, ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲେ
ପୁରୀ: ଆଇସକି୍ରମ କାଠିରେ ଏକ ସୁନ୍ଦର ଓ ଅତିକ୍ଷୁଦ୍ର ରଥ ତିଆରି କରି ପୁରୀର ଜଣେ ଛାତ୍ର ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ଏହି ଛାତ୍ର ଜଣଙ୍କ ପୁରୀ ପୌରାଞ୍ଚଳ କୁଣ୍ଢାଇବେଣ୍ଟସାହି ବାନାମ୍ବର ମନ୍ଦିର ପାଖର ସତ୍ୟପ୍ରକାଶ ନାୟକ (୧୮) । ସେ ସୂଚନା ଦେଇ କହିଛନ୍ତି, ତାଙ୍କ ପରିବାର ବଂଶାନୁକ୍ରମିକ ଭାବେ ଶ୍ରୀଜଗନ୍ନାଥଙ୍କ ଘଣ୍ଟୁଆ ସେବା କରି ଆସୁଛନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ନିମନ୍ତେ ପ୍ରଶାସନିକ କଟକଣା ହେତୁ ଏହି ସେବାରୁ ବଞ୍ଚିତ ହୋଇଥିଲେ । ତେଣୁ ଏହି ସ୍ମୃତିକୁ ରୋମନ୍ଥନ କରି ଗତ ରଥଯାତ୍ରା ଦିନ ଏହି କ୍ଷୁଦ୍ର ରଥ ନିର୍ମାଣ କରିବା ଆରମ୍ଭ କରିଥିଲେ । ଯାହାକୁ ହେରାପଞ୍ଚମୀ ଦିନ ଶେଷ କରି ମହାପ୍ରଭୁ ଓ ମା’ମହାଲକ୍ଷ୍ମୀଙ୍କ ଚରଣରେ ସମର୍ପଣ କରିଥିଲେ । ଏହି କ୍ଷୁଦ୍ର କଳାକୃତିକୁ ବିଶ୍ୱ ବିଦିତ କରିବା ନିମନ୍ତେ ଅନଲାଇନ ଯୋଗେ ଇଣ୍ଡିଆ ବୁକ ରେକର୍ଡସ ହାସଲ ନିମନ୍ତେ ଆବେଦନ କରିଥିଲେ । ଇଣ୍ଡିଆ ବୁକ ଅଫ ରେକର୍ଡସ କର୍ତ୍ତୃପକ୍ଷ ତାଙ୍କ ପାଖକୁ ମେଡାଲ, ସାର୍ଟିଫିକେଟ ପଠାଇଛନ୍ତି । ଯାହାକୁ ପାଇବା ପରେ ତାଙ୍କ ପରିବାର ଲୋକ ଖୁସି ହୋଇଯାଇଛନ୍ତି । ସେ ପୁରୀର ଏକ ଘରୋଇ କଲେଜରେ ଅଧ୍ୟୟନ କରୁଛନ୍ତି । ତାଙ୍କ ବାପା କିମ୍ବା ପରିବାର ସଦସ୍ୟ ପ୍ରତିବର୍ଷ ରଥ ଭିଡ଼ା ବେଳେ ତାଳଧ୍ୱଜ ରଥ ଉପରେ ଓ ପହଣ୍ଡିରେ ଘଣ୍ଟ ବଜାଇଥାନ୍ତି । ହେଲେ ଚଳିତ ବର୍ଷ ଏହି ସୁଯୋଗ ନ ମିଳିବାରୁ ଘରେ ବସି ୫ ଦିନ ଭିତରେ ୬୫୦ ଆଇସକି୍ରମ କାଠି ବ୍ୟବହାର କରି ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ । ମହାପ୍ରଭୁ, ପିତା ବାଳକୃଷ୍ଣ ନାୟକ, ମାତା ରାଜଲକ୍ଷ୍ମୀଙ୍କ ଆଶୀର୍ବାଦ ଯୋଗୁଁ ସଫଳ ହୋଇପାରିଛି ବୋଲି କହିଛନ୍ତି ।