ଗର୍ଭବତୀ ନାବାଳିକା ପ୍ରେମିକାକୁ ହତ୍ୟା

ଗର୍ଭବତୀ ନାବାଳିକା ପ୍ରେମିକାକୁ ହତ୍ୟା

ଗର୍ଭବତୀ ନାବାଳିକା ପ୍ରେମିକାକୁ ହତ୍ୟା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ସବଡେଗା ଗ୍ରାମର ଟୁଙ୍ଗରିପଡ଼ାରେ ଘଟିଛି ଏକ ଜଘନ୍ୟକାଣ୍ଡ । ୬ ମାସର ଗର୍ଭବତୀ ଥିବା ନାବାଳିକା ପ୍ରେମିକାକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଲାଗି ପ୍ରେମିକ ମୃତ ଦେହକୁ କିରୋସିନି ଢ଼ାଳି ପୋଡ଼ି ଦେଇଛି । ଏହି କାଣ୍ଡ ଭିଆଇ ପ୍ରେମିକ ଫେରାର ହୋଇଯାଇଚି । ବନ୍ଦ ଘୀଚ ଦୁର୍ଗନ୍ଧ ବାହାରିବା ପରେ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବା ଲାଗି ଚଢ଼ଉ ଜାରି ରଖିଛି । ସବଡେଗା ଗ୍ରାମ ଟୁଙ୍ଗୂରିପଡ଼ା (ଘୁଟୁପଡ଼ା) ର ଶ୍ରୀକାନ୍ତ ପ୍ରଧାନ (୩୭) ସବଡେଗା ନିକଟସ୍ଥ ଲତଡେଗାରେ ବିବାହ କରିଥିଲେ । ତାଙ୍କର ପତ୍ନୀ ସହ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ଶ୍ରୀକାନ୍ତ ସବୁ ବେଳେ ପତ୍ନୀଙ୍କ ସହ ଗଣ୍ଡଗୋଳ କରି ଆସୁଥିଲେ । ଏଣୁ ସ୍ତ୍ରୀ ପିଲା ଛୁଆଙ୍କୁ ଧରି ନିଜ ମା’ଙ୍କ ଘରକୁ ଚାଲି ଯାଇଥିଲେ । ଏବେ ଏକୁଟିଆ ରହୁଥିବା ଶ୍ରୀକାନ୍ତ କିଛି କାମଧନ୍ଦା ନ କରି ବୁଲାବୁଲି କରୁଥିଲେ । ବୁଲାବୁଲି ସମୟରେ ଶ୍ରୀକାନ୍ତ ପ୍ରେମ ଜାଲରେ ପଡ଼ିଥିଲେ ଜଣେ ନବମ ଶ୍ରେଣୀର ଛାତ୍ରୀ । ଶ୍ରୀକାନ୍ତ ନାବାଳିକାକୁ ବିବାହ କରିବା ଲାଗି କହିଥିଲେ । ଫଳରେ ନାବାଳିକା ଜଣକ ଘର ଲୋକ ଓ ପାଠପଢ଼ା ଛାଡ଼ି ପ୍ରେମିକଙ୍କ ସହ ଚାଲି ଆସିଥିଲେ । ନାବାଳିକା ୬ ମାସର ଗର୍ଭବତୀ ଥିଲେ । ଶ୍ରୀକାନ୍ତଙ୍କ ବାସଗୃହ ଦେଇ ଯିବା ଆସିବା କରୁଥିବା ଲୋକେ ତାଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବା ଓ ଘର ବନ୍ଦ ଥିବାରୁ କିଛି ମରିକି ପଡ଼ିଛି ବୋଲି ସନେ୍ଦହ କରି ତଳସରା ପୁଲିସକୁ ସୂଚନା ଦେଇଥିଲେ । ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଧି ସଦଳବଳେ ଘଟଣା ସ୍ଥଳକୁ ଆସି ବନ୍ଦ ଥିବା ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଘର ଭିତରେ ଜଣେ ନାବାଳିକାର ଅର୍ଦ୍ଧନଗ୍ନ ଅର୍ଦ୍ଧଦଗ୍ଧ ମର ଶରୀର ପଡ଼ିଥିବା ଦେଖିଥିଲେ । ସନ୍ଧ୍ୟା ହୋଇଯିବାରୁ ଶବକୁ ପୁଲିସ ବ୍ୟବଚ୍ଛେଦ ପାଇଁ ନ ନେଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା ପୁଲିସ । ସକାଳେ ମୃତ ପୀଡ଼ିତାଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରି ଶ୍ରୀକାନ୍ତ ଫେରାର ହୋଇଥିବା ନେଇ ଥାନାରେ ଏକ ଏତଲା ଦେଇଥିଲେ । ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ନାବାଳିକାକୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଲାଗି ଶ୍ରୀକାନ୍ତ ମୃତ ଦେହରେ କିରୋସିନି ଢ଼ାଳି ନିଅାଁ ଲଗାଇ ଦେଇ ଫେରାର ହୋଇଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରାୁ ଜାଣିବାକୁ ପାଇଛି ।