ଆଇପିଏଲ୍ ପ୍ରସାରଣରୁ ବିସିସିଆଇକୁ ମିଳିବ ୩୬, ୦୦୦ କୋଟି

ଆଇପିଏଲ୍ ପ୍ରସାରଣରୁ ବିସିସିଆଇକୁ ମିଳିବ ୩୬, ୦୦୦ କୋଟି

ଆଇପିଏଲ୍ ପ୍ରସାରଣରୁ ବିସିସିଆଇକୁ ମିଳିବ ୩୬, ୦୦୦ କୋଟି

ନୂଆଦିଲ୍ଲୀ: ଆଇପିଏଲ୍‌ ପ୍ରସାରଣରୁ ବିସିସିଆଇ ପାଇବ ୩୬ ହଜାର କୋଟି ଟଙ୍କା। ୨୦୨୩ରୁ ୨୦୨୭, ଏହି ପାଞ୍ଚ ବର୍ଷୀୟା ଚକ୍ରରୁ ବିସିସିଆଇ ଏହି ଲାଭ ପାଇବ ବୋଲି କୁହାଯାଉଛି।   ସଂପ୍ରତି ଷ୍ଟାର ଇଣ୍ଡିଆ ପାଖରେ ଥିବା ୨୦୧୮ରୁ ୨୦୨୨ର ୫ ବର୍ଷୀୟା ଚକ୍ର ଲାଗି ବିସିସିଆଇ ୨.୨୫ ବିଲିୟନ୍ ଡଲାର ବା ପାଖାପାଖି ୧୬,୩୪୭ କୋଟି ଟଙ୍କା ରୋଜଗାର କରିଥିଲା । ଏଥର କିନ୍ତୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ତାର ଦୁଇ ଗୁଣ ଅର୍ଥ ପ୍ରସାରଣ ଅଧିକାର ବିକ୍ରିରୁ ହାସଲ କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଦଳ ଓ ମ୍ୟାଚ୍ ସଂଖ୍ୟା ବଢ଼ିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ବିସିସିଆଇ ପୂର୍ବରୁ କରିଥିବା ଘୋଷଣା ଅନୁସାରେ ଆଇପିଏଲର ଆଗାମୀ ଋତୁରେ ୮ ନୁହେଁ ୧୦ ଦଳ ଅଂଶଗ୍ରହଣ କରିବେ । ଗତଥର ଆଇପିଏଲର ପ୍ରସାରଣ ଅଧିକାର କିଣିବା ଲାଗି ଦୁଇଟି କଂପାନି ଷ୍ଟାର ଏବଂ ସୋନି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ସୋନିଠାରୁ ଷ୍ଟାର ୫୩୦୦ କୋଟି ଟଙ୍କା ଅଧିକ ଦେଇ ୨୦୧୮ରୁ ୨୦୨୨ ପର୍ୟ୍ୟନ୍ତର ପ୍ରସାରଣ ଅଧିକାରକୁ କିଣି ନେଇଥିଲା । ଏଥିରେ ଟିଭି, ଡିଜିଟାଲ, ରେଡିଓ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରଣ ଅଧିକାର ସାମିଲ ଥିଲା । ବିସିସିଆଇ ୨୦୨୩ରୁ ୨୦୨୭ର ପରବର୍ତ୍ତୀ ଚକ୍ର ଲାଗି ଟେଣ୍ଡର ଜାରି କରି ସାରିଛି । ଆସନ୍ତା ୨୫ ତାରିଖରେ ଦୁଇଟି ନୂଆ ଦଳର ନାଁ ଘୋଷଣା କରିବା ସହ ୨୬ ତାରିଖକୁ ବିଡ୍ ଦାଖଲ କରିବାର ଶେଷ ତାରିଖ ରଖାଯାଇଛି ।