କଂଗ୍ରେସକୁ ଧୋକ୍କା ଦେଇଛନ୍ତି ପ୍ରଦୀପ ମାଝୀ: ତାରା
କଂଗ୍ରେସକୁ ଧୋକ୍କା ଦେଇଛନ୍ତି ପ୍ରଦୀପ ମାଝୀ: ତାରା
ଭୁବନେଶ୍ୱର: କଂଗ୍ରେସକୁ ଧୋକ୍କା ଦେଇଛନ୍ତି ପ୍ରଦୀପ ମାଝୀ। ସେ ନିଜ ସ୍ବାର୍ଥ ପାଇଁ ସେ ଦଳ ଛାଡ଼ିଛନ୍ତି। କ୍ଷମତା ପାଇଁ ସେ ଦଳ ଛାଡ଼ିଛନ୍ତି। କଂଗ୍ରେସ ତାଙ୍କୁ ପରିଚୟ ଦେଇଛି। କଂଗ୍ରେସ ତାଙ୍କୁ ଜିଲ୍ଲା ପରିଷଦରୁ ସାଂସଦ କରାଇଛି। ହେଲେ ସେ ଦଳର ସଂକଟ ସମୟରେ ଦଳ ଛାଡ଼ି ଦେଇଛନ୍ତି। ପୂର୍ବତନ ସାଂସଦ ତଥା ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ ଦଳ ଛାଡ଼ିବା ପରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ତଥା ଦଳର ଅନ୍ୟତମ ଟାଣୁଆ ନେତା ତାରା ପ୍ରସାଦ ବାହିନୀପତି। ଶ୍ରୀ ବାହିନୀପତି ଆହୁରି ମଧ୍ୟ କହିଛନ୍ତି ସେ ଦଳ ଛାଡ଼ିବା ପରେ କୌଣସି ଫରକ ପଡ଼ିବ ନାହିଁ। ଦଳ ବିରୋଧୀ କାମ ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କାର କରିବା ପୂର୍ବରୁ ସେ ଦଳ ଛାଡ଼ି ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମାଝୀ କହିଛନ୍ତି ଦଳରେ ସେବା କରିବାର ସୁଯୋଗ ନାହିଁ।




admin 