ଅହମ୍ମଦାବାଦ୍ ସିରିଏଲ୍ ବିସ୍ଫୋରଣ, ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ
ଅହମ୍ମଦାବାଦ୍ ସିରିଏଲ୍ ବିସ୍ଫୋରଣ, ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ
ନୂଆଦିଲ୍ଲୀ: ୨୦୦୮ରେ ଅହମ୍ମଦାବାଦରେ ହୋଇଥିବା ସିରିଜ ବିସ୍ଫୋରଣ ଘଟଣାରେ ଦୋଷୀଙ୍କୁ ଦଣ୍ଡାଦେଶ ହୋଇଛି। ଏହି ଘଟଣାରେ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବା ବେଳେ ୧୧ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ହୋଇଛି। ଏହି ଘଟଣାରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁଜୁରାଟର ସ୍ବତନ୍ତ୍ର କୋର୍ଟରେ ହୋଇଥିବା ଏହି ମାମଲାର ଶୁଣାଣିରେ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୨୦୦୮ ଜୁଲାଇ ମାସ ୨୬ ତାରିଖରେ ଅହମ୍ମଦାବାଦର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏଥିରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ। ଆତଙ୍କବାଦୀ ସଂଗଠଡ଼ ଇଣ୍ଡିଆନ୍ ମୁ୍ଜାହୁଦିନ୍ (ଆଇଏମ୍) ଏହି ବସ୍ଫୋଣ କରାଇଥିବା ସେତେବେଳେ ସ୍ବୀକାର କରିଥିଲା। ଏହି ଘଟଣାରେ ୭୯ ଜଣଙ୍କୁ ସେତେବେଳେ ଗିରଫ କରାଯାଇଥିଲା।




admin 