ଅସହାୟତା ପ୍ରକାଶ କଲେ ବାଚସ୍ପତି

ଅସହାୟତା ପ୍ରକାଶ କଲେ ବାଚସ୍ପତି

ଅସହାୟତା ପ୍ରକାଶ କଲେ ବାଚସ୍ପତି

ଭୁବନେଶ୍ଵର : ଶୀତ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରିଲାନି ବିଧାନସଭା। ବିରୋଧୀଙ୍କ ହୋହାଲ୍ଲାରେ ଅଚଳ ଗୃହ। ବାରମ୍ଵାର ଗୃହରେ ଅଚଳାବସ୍ଥା ନେଇ ଗୃହ ବାହାରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର। ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିବାବେଳେ ଅସହାୟତା ପ୍ରକାଶ କରିଛନ୍ତି ବାଚସ୍ପତି। ସେ କହିଛନ୍ତି ଯେ, ଗୃହରେ ବିଶୃଙ୍ଖଳା କଲେ କେତେକ ସଦସ୍ୟଙ୍କୁ ଦଣ୍ଡ ଦିଆଯାଇ ପାରିବ। ହେଲେ ସମସ୍ତ ସଦସ୍ୟ ବିଶୃଙ୍ଖଳିତ ଆଚରଣ କଲେ ସେଠାରେ କଣ କରାଯାଇପାରିବ। ମୁଁ ଅସହାୟ।

ବାଚସ୍ପତି କହିଛନ୍ତି ଯେ, ସୋମବାର ସର୍ବଦଳୀୟ ବୈଠକ ପରେ ଗୃହ ଚାଲିବା ନେଇ ରାସ୍ତା ବାହାରିବ ବୋଲି ଆଶା କରାଯାଉଥିଲା। ହେଲେ ମଙ୍ଗଳବାର ଗୃହ ଆରମ୍ଭରୁ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଘଣ୍ଟ ବାଡେଇ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ସେହିପରି ବିଜେଡି ମଧ୍ୟ ଗୃହରେ ମଧ୍ୟଭାଗକୁ ଆସି ବିରୋଧୀଙ୍କ ଉପରେ ଗଙ୍ଗା ଜଳ ଛିଞ୍ଚିଥିଲା। ଯଦି ସମସ୍ତ ସଦସ୍ୟ ଗୃହ ଚାଲିବା ପାଇଁ ପ୍ରସ୍ତୁତ ନୁହଁନ୍ତି ତେବେ ସେଠାରେ କଣ କରିବେ?