ଅପରାଜିତାଙ୍କ କାରକୁ ଅଣ୍ଡା ମାଡ଼
ଅପରାଜିତାଙ୍କ କାରକୁ ଅଣ୍ଡା ମାଡ଼
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର ଉପରକୁ ଅଣ୍ଡାମାଡ଼ ହୋଇଛି। ବାଲିପାଟଣାକୁ ଅପରାଜିତା ଯାଉଥିବାବେଳେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଥିଲା। ବେକାରୀ ସମସ୍ୟା, ରନ୍ଧନ ଗ୍ୟାସ ଓ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଅଣ୍ଡାମାଡ଼ ସହିତ କଳାପତାକା ପ୍ରଦର୍ଶନ କରାଯାଇଥିଲା ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି।
ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ବେକାର ଯୁବକଯୁବତୀମାନଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିଲା ବିଜେପି। କିନ୍ତୁ ଚାକିରି ମିଳିଲାନି । ସାଂସଦ ମଧ୍ୟ ଭୁବନେଶ୍ୱର ଲୋକଙ୍କୁ ମିଛ ପ୍ରତିଶୃତି ଦେଇଥିଲେ। ଆଜିପର୍ଯ୍ୟନ୍ତ ସେ କିଛି ପ୍ରତିଶୃତି ପୂରଣ କରିନାହାନ୍ତି। ଏହାର ପ୍ରତିବାଦ କରାଯିବ।




admin 