ଅମ୍ବାନୀଙ୍କୁ ହଟାଇ ଆଦାନି ଏସିଆର ବଡ଼ ଧନୀ

ଅମ୍ବାନୀଙ୍କୁ ହଟାଇ ଆଦାନି ଏସିଆର ବଡ଼ ଧନୀ

ଅମ୍ବାନୀଙ୍କୁ ହଟାଇ ଆଦାନି ଏସିଆର ବଡ଼ ଧନୀ

ନୂଆଦିଲ୍ଲୀ: ଏସିଆର ଧନୀ ତାଲିକା ଆଦାନି ଗ୍ରୁପର ମୁଖ୍ୟ ଗୌତମ ଆଦାନି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ମୁକେଶ ଏହି ସ୍ଥାନରେ ବହୁ ବର୍ଷ ରହିଥିଲେ । ପ୍ରଥମ ଥର ଲାଗି ଆଦାନି ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଗତବର୍ଷ ମହାମାରୀ ବ୍ୟାପିବା ପରେ ଆଦାନିଙ୍କ ସମ୍ପତ୍ତି ୧୮୦୦ ପ୍ରତିଶତ ବୃଦ୍ଧି ପାଇ ୯୦୦୦ କୋଟି ଡଲାରରେ ପହଞ୍ଚିଛି । ଚଳିତ ମାସ ୨୩ରେ ମୁକେଶଙ୍କ ସମ୍ପତ୍ତି ମୂଲ୍ୟ ୯୧୦୦ କୋଟି ଡଲାର ଥିଲା ଓ ଆଦାନିଙ୍କ ସମ୍ପତ୍ତି ପରିମାଣ ୮୮୮୦ କୋଟି ଡଲାର ଥିଲା । ନଭେମ୍ବର ୨୪ରେ ରିଲାଏନ୍ସ ଇଣ୍ଡଷ୍ଟି୍ରଜର ସେୟାର ମୂଲ୍ୟ ହ୍ରାସ ପାଇଥିବା ବେଳେ ଆଦାନିର ବଢ଼ିଥିଲା । ସେଥିପାଇଁ ଆଦାନିଙ୍କ ସମ୍ପତ୍ତି ମୁକେଶଙ୍କ ଠାରୁ ଅଧିକ ହୋଇଯାଇଛି ।