ଅନୁଭବଙ୍କ ଘରେ ରହିବେ ବର୍ଷା

ଅନୁଭବଙ୍କ ଘରେ ରହିବେ ବର୍ଷା

ଅନୁଭବଙ୍କ ଘରେ ରହିବେ ବର୍ଷା

ଭୁବନେଶ୍ୱର : ପୁଣି ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଲାଗିଛି ଝଟକା । ଏବେ ଅନୁଭବଙ୍କ ଘରେ ବର୍ଷା ରହିବେ ବୋଲି କୋର୍ଟ କହିଛନ୍ତି । 

ପୂର୍ବରୁ ଏସଡିଜେଏମ କୋର୍ଟରେ ଏନେଇ ଅନୁଭବ ଏକ ପିଟିସନ ଦାଏର କରିଥିଲେ  । ବର୍ଷାଙ୍କୁ ସେ ଘର ଭଡ଼ା ଦେବାକୁ ପ୍ରସ୍ତୁତ ଅଛନ୍ତି । ବର୍ଷା ତାଙ୍କ ଘର ଛାଡ଼ି ଅନ୍ୟତ୍ର ରୁହନ୍ତୁ ବୋଲି ସେ କୋର୍ଟଙ୍କୁ କହିଥିଲେ  । ଏହି ମାମଲାର ଶୁଣାଣୀ କରି  ଏସଡ଼ିଜେଏମ କୋର୍ଟ କହିଥିଲେଯେ, ମାସିକ ଘର ଭଡ଼ା ବାବଦକୁ ଅନୁଭବ ୩୦ ହଜାର ଟଙ୍କା ପ୍ରଦାନ କରିବେ । ଘର ଭଡ଼ା ଦେବାର ତିନି ମାସ ପରେ ବର୍ଷା ଅନ୍ୟତ୍ର ରହିବେ । ଏହି ରାୟ ପ୍ରକାଶ ପାଇବା ପରେ ଅନୁଭବ ଖୁସିରେ କାନ୍ଦି ପକାଇଥିଲେ  । ଅନେକ ଦିନ ପରେ ସେ ଘରକୁ ଫେରିବେ ବୋଲି କହିଥିଲେ  । ସେହିପରି କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସାଙ୍ଗେସାଙ୍ଗେ ଅନୁଭବ ବର୍ଷାଙ୍କ ଆକାଉଂଟକୁ ୩୦ ହଜାର ଟଙ୍କା ମଧ୍ୟ ପଠାଇଥିଲେ  । କିନ୍ତୁ ଏସଡ଼ିଜେଏମଙ୍କ ଏଭଳି ନିର୍ଦ୍ଦେଶ ଉପରେ ଜିଲ୍ଲା ଜଜ କୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ଜୁଲାଇ ୪ରେ ମାମଲାର ପରବର୍ତୀ ଶୁଣାଣୀ ହେବ । ଅର୍ଥାତ ଅନୁଭବଙ୍କ ଘରେ ଏବେ ବର୍ଷା ରହିପାରିବେ ।