ଅକ୍ଟୋବରରୁ ନୂଆ ନିୟମ, ପୁରୁଣା କାର ଆରସି ରିନୁ୍ୟ କଲେ ୮ ଗୁଣା ଫି’

ଅକ୍ଟୋବରରୁ ନୂଆ ନିୟମ, ପୁରୁଣା କାର ଆରସି ରିନୁ୍ୟ କଲେ ୮ ଗୁଣା ଫି’

ଅକ୍ଟୋବରରୁ ନୂଆ ନିୟମ, ପୁରୁଣା କାର ଆରସି ରିନୁ୍ୟ କଲେ ୮ ଗୁଣା ଫି’
ନୂଆଦିଲ୍ଲୀ: ଅକ୍ଟୋବରରୁ ପୁରୁଣା ଗାଡ଼ି ଗୁଡ଼ିକର ପଞ୍ଜିକରଣ ରିନୁ୍ୟ କରିବା ବ୍ୟୟବହୁଳ ହେବ । ୧୫ ବର୍ଷରୁ ଅଧିକ ପୁରୁଣା କାରର ପଞ୍ଜୀକରଣ ରିନୁ୍ୟ କରିବା ପାଇଁ ୫,୦୦୦ ଟଙ୍କା ଗଣିବାକୁ ପଡ଼ିବ । ବର୍ତ୍ତମାନ ତୁଳନାରେ ଏହା ୮ ଗୁଣା ଅଧିକ ସେହିଭଳି ପୁରୁଣା ବାଇକର ପଞ୍ଜୀକରଣ ରିନୁ୍ୟ କରିବା ଲାଗି ୧୦୦୦ ଟଙ୍କା ଦେବା କୁ ପଡ଼ିବ । ବର୍ତ୍ତମାନ ଏଥିପାଇଁ ୩୦୦ ଟଙ୍କା ଦେବାକୁ ପଡୁଛି । ୧୫ ବର୍ଷ ପୁରୁଣା ବସ ଏବଂ ଟ୍ରକ ପାଇଁ ଫିଟନେସ ରିନୁ୍ୟଆଲ ସାର୍ଟିଫିକେଟ ହାସଲ କରିବା ଲାଗି ୧୨,୫୦୦ ଟଙ୍କା ଦେବାକୁ ପଡ଼ିବ । ବର୍ତ୍ତମାନ ତୁଳନାରେ ଏହା ପ୍ରାୟ ୨୧ ଗୁଣା ଅଧିକ । ଏହି ବୃଦ୍ଧି ନିମନ୍ତେ ସଡ଼କ ପରିଚାଳନା ମନ୍ତ୍ରଣାଳୟ ଏକ ଚିଠା ବିଜ୍ଞପ୍ତି ଜାରି କରିଛି । ଗାଡ଼ି ସ୍କ୍ରାପେଜ ନୀତିର ଏହା ଅଂଶବିଶେଷ । ପ୍ରସ୍ତାବ ଅନୁସାରେ, ଘରୋଇ ଗାଡ଼ି ଗୁଡ଼ିକର ପଞ୍ଜୀକରଣ ରିନୁ୍ୟରେ ବିଳମ୍ବ ହେଲେ ମାସକୁ ୩୦୦ ରୁ ୫୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ ।