ଦୋଳ, ହୋଲି ନେଇ କଟକଣା ଜାରି କରିଛନ୍ତି କଟକ ଡିସିପି

ଦୋଳ, ହୋଲି ନେଇ କଟକଣା ଜାରି କରିଛନ୍ତି କଟକ ଡିସିପି

ଦୋଳ, ହୋଲି ନେଇ କଟକଣା ଜାରି କରିଛନ୍ତି କଟକ ଡିସିପି
କଟକ: ଦୋଳ, ହୋଲି ନେଇ କଟକଣା ଜାରି କରିଛନ୍ତି କଟକ ଡିସିପି । କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ । ମେଳଣ ପଡିଆରେ ୨ ଶହରୁ ଅଧିକ ଲୋକ ସମବେତ ହୋଇପାରିବେ ନାହିଁ । ପ୍ରତି ବିମାନରେ ବ୍ରାହ୍ମଣ, ଘଂଟୁଆ ମିଶି ୧୦ ଜଣଙ୍କୁ ରହିବାକୁ ଅନୁମତି ଦିଆଯାଇଛି । ଶୋଭାଯାତ୍ରା, ଲାଇଟ ଓ ଜନଗହଳି ନକରିବାକୁ ନିଦେ୍ର୍ଧଶ ଦିଆଯାଇଛି । କେହି ଲାଠି ଆଣିପାରିବେ ନାହିଁ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ଏକାଠି ବହୁ ସଂଖ୍ୟାରେ ହୋଲି ଖେଳିବାକୁ ମଧ୍ୟ ବାରଣ କରାଯାଇଛି । ହୋଲି ଦିନ ନିଜ ଘରେ ଲୋକମାନଙ୍କୁ ହୋଲି ଖେଳିବାକୁ ଅନୁମତି ଦିଆଯାଇଛି । ହୋଲିରେ ଗୀତ, ନାଚ, ଡିଜେ ଆଦି ବଜାଇବାକୁ କଡା ବାରଣ କରାଯାଇଛି ।