୮ ଓପିଏସଙ୍କୁ ଏସପି ପାହ୍ୟା ପଦୋନ୍ନତି

୮ ଓପିଏସଙ୍କୁ ଏସପି ପାହ୍ୟା ପଦୋନ୍ନତି

୮ ଓପିଏସଙ୍କୁ ଏସପି ପାହ୍ୟା ପଦୋନ୍ନତି

କଟକ: ରାଜ୍ୟ ପୁଲିସ ବାହିନୀରେ କାର୍ଯ୍ୟରତ ଅତିରିକ୍ତ ଏସପି ପାହ୍ୟାରେ ଥିବା ୮ ଜଣ ଓପିଏସ ଅଫିସରଙ୍କୁ ଗୃହ ବିଭାଗ ପକ୍ଷରୁ ନିୟମିତ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ଗଜପତି ଜିଲ୍ଲାର ଇନଚାର୍ଜ ଏସପି ଜୟରାମ ଶତପଥୀ, କମିସନରେଟ ପୁଲିସର ଇନଚାର୍ଜ ଡିସିପି ମାୟାଧର ସେଠୀ, ଗୁଣୁପୁର ଅତିରିକ୍ତ ଏସପି ଶଙ୍କର ପ୍ରସାଦ ଦ୍ୱିବେଦୀ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ଏବଂ ବୈରୀସ୍ଥିତ ପୁଲିସ ଟ୍ରେନିଂ ଇନଷ୍ଟିଚୁ୍ୟଟର ଅତିରିକ୍ତ ଏସପି ଅର୍ଜୁନ ବାରିକ, ସ୍ପୋସାଲ ବ୍ରାଞ୍ଚ ଇନଚାର୍ଜ ଏସପି ଚିତ୍ତରଞ୍ଜନ ସାମନ୍ତ, ପୁଲିସ ପରିବହନ ସଂସ୍ଥାର ଇନଚାର୍ଜ ଏସପି ରବି ନାରାୟଣ ସି, କମିସନରେଟ ପୁଲିସ ମୁଖ୍ୟାଳୟର ଇନଚାର୍ଜ ଡିସିପି ପ୍ରଦୁ୍ୟମ୍ନ କୁମାର ଜେନା, ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ଅତିରିକ୍ତ ଏସପି ପ୍ରମିଳା ନାୟକ ।