୫୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
୫୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
admin
Sep 16, 2020 - 04:38
Updated: Sep 16, 2020 - 04:38
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୨୦ ହଜାର୩୬୦କୁ ବୃଦ୍ଧି ହୋଇଥିବାବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨, ୦୬୬ରେ ପହଞ୍ଚିଲା । ଗତ ୨୪ ଘଣ୍ଟାରେ ୯୦ ହଜାର ୧୨୩ ଆକ୍ରାନ୍ତ ହୋଇଥିବାବେଳେ ୧୨୯୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଆକ୍ଟିଭ କେସ୍ ୯ ଲକ୍ଷ ୯୫ ହଜାର ୯୩୩ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୩୯ ଲକ୍ଷ ୪୨ ହଜାର ୩୬୦ ।
ଜାନୁଆରୀ ୩୦ ତାରିଖରେ ଦେଶରେ ପ୍ରଥମ କରୋନା ମାମଲା ଦେଖିବାକୁ ମିଳିଥିବାବେଳେ ମାତ୍ର ସାତ ମାସ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷରେ ପହଞ୍ଚିଛି । ଗତ ଦୁଇ ମାସ ଧରି କରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ହୋଇଛି । ୧୬୯ ଦିନରେ ଏକରୁ ୧୦ ଲକ୍ଷ କେସ୍ ହୋଇଥିବାବେଳେ ୧୦-୨୦ ଲକ୍ଷ କେସ୍ ମାତ୍ର ୧୯ ଦିନ ମଧ୍ୟରେ ହୋଇଛି । ସେହିପରି ୨୦-୩୦ ଲକ୍ଷ କେସ୍ ୧୯ ଦିନ ମଧ୍ୟରେ ହୋଇଥିବାବେଳେ ମାତ୍ର ୧୩ ଦିନରେ ୩୦ରୁ ୪୦ ଲକ୍ଷରେ ପହଞ୍ଚିଥିଲେ । ସେହିପରି ମାତ୍ର ୧୧ ଦିନରେ ୪୦ରୁ ୫୦ଲକ୍ଷରେ ପହଞ୍ଚିଛି ।