୫ଟି ପର୍ଯ୍ୟଟନ ସ୍ଥଳୀରେ ରୋପ୍ ୱେ

୫ଟି ପର୍ଯ୍ୟଟନ ସ୍ଥଳୀରେ ରୋପ୍ ୱେ

୫ଟି ପର୍ଯ୍ୟଟନ ସ୍ଥଳୀରେ ରୋପ୍ ୱେ
ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବାକୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୂତ ହୋଇଛି । ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳରେ ରୋପ୍ ୱେ ଲାଗିବ । ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହି ସୂଚନା ଦେଇଛନ୍ତି । ଧଉଳିଗିରି, ଭୀମକୁଣ୍ଡ, ପଂଚଲିଙ୍ଗେଶ୍ୱର, କପିଳାସ ଓ ନୃସିଂହନାଥ-ହରିଶଙ୍କରରେ ରୋପ୍ ୱେ ଲାଗିବ । ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବାକୁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ୧୪ରୁ ୧୬ ମାସ ଭିତରେ କାର୍ଯ୍ୟ ଶେଷ କରିବାକୁ ଯୋଜନା ରଖାଯାଇଛି ।