୫ ଜିଲ୍ଲାକୁ ପ୍ରବଳ ବର୍ଷା : ଟ୍ୱିିନ ସିଟି ପାଇଁ ୧୧.୩୦ ଯାଏଁ ସତର୍କ ସୂଚନା

୫ ଜିଲ୍ଲାକୁ ପ୍ରବଳ ବର୍ଷା : ଟ୍ୱିିନ ସିଟି ପାଇଁ ୧୧.୩୦ ଯାଏଁ ସତର୍କ ସୂଚନା

୫ ଜିଲ୍ଲାକୁ ପ୍ରବଳ ବର୍ଷା : ଟ୍ୱିିନ ସିଟି ପାଇଁ ୧୧.୩୦ ଯାଏଁ ସତର୍କ ସୂଚନା
ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ୱେଲ ମାର୍କଡରେ ପରିଣତ ହୋଇଛି । ଏହାର ପ୍ରଭାବରେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କସୂଚନା ଜାରି କରାଯାଇଛି । ପୁରୀ, ବାଲେଶ୍ୱର, ଗଞ୍ଜାମ, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହିତ ଗୋପାଳପୁର ଏବଂ ପାରାଦୀପ ବନ୍ଦରରେ ୩ ନମ୍ବର ବିପଦସଙ୍କେତ ଜାରି କରାଯାଇଛି । ଏହି ଲଘୁଚାପଟି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତ ଏବଂ ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଟ୍ୱିନସିଟି କଟକ-ଭୁବନେଶ୍ୱର ପାଇଁ ଦିନ ୧୧.୩୦ ଯାଏଁ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ରାସ୍ତାରେ ଚାଲୁଥିବା ସମୟରେ ମ୍ୟାନହୋଲ ଉପରେ ନଜର ରଖିବା ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।