୪୪ ବର୍ଷର ରେକର୍ଡ ଭାଙ୍ଗିଲା ଅଗଷ୍ଟ ମାସର ବର୍ଷା

୪୪ ବର୍ଷର ରେକର୍ଡ ଭାଙ୍ଗିଲା ଅଗଷ୍ଟ ମାସର ବର୍ଷା

୪୪ ବର୍ଷର ରେକର୍ଡ ଭାଙ୍ଗିଲା ଅଗଷ୍ଟ ମାସର ବର୍ଷା
ନୂଆଦିଲ୍ଲୀ: ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ଦେଖାଦେଇଥିବା ବେଳେ ବିଗତ ୪୪ ବର୍ଷ ଭିତରେ ଚଳିତ ବର୍ଷ ଅଗଷ୍ଟ ମାସରେ ହିଁ ଦେଶରେ ସର୍ବାଧିକ ବୃଷ୍ଟିପାତ ହୋଇଛି ବୋଲି ପାଣିପାଗ ବିଭାଗ ରେକର୍ଡରୁ ଜଣାଯାଇଛି । ଗତ ୨୮ ତାରିଖ ସୁଦ୍ଧା ଅଗଷ୍ଟ ମାସରେ ପୂର୍ବ ବର୍ଷ ତୁଳନାରେ ରେକର୍ଡ ୨୫% ଅଧିକ ବର୍ଷା ହୋଇଛି । ଏପରିକି ୧୯୮୩ ଅଗଷ୍ଟ ନାମରେ ରହିଥିବା ୨୩.୮% ଅଧିକ ବୃଷ୍ଟିପାତକୁ ଏହା ଟପିଯାଇଛି । ତେବେ ୧୯୭୬ ମସିହା ଅଗଷ୍ଟରେ ହିଁ ହୋଇଥିବା ୨୮.୪% ଅଧିକ ବୃଷ୍ଟିପାତର ରେକର୍ଡ ଏଯାଏ କାଏମ ରହିଛି । ସୂଚନା ଥାଉ କି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦେଶରେ ହାରାହାରି ସ୍ୱାଭାବିକତାଠାରୁ ୯% ଅଧିକ ବର୍ଷା ହୋଇଛି । ତେବେ ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଗୁଜରାଟ ଓ ଗୋଆରେ ମାତ୍ରାଧିକ ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ ସିକିମରେ ସର୍ବାଧିକ ରହିଛି । ଏ ବର୍ଷ ଜୁନରେ ୧୭% ଅଧିକ ଓ ଜୁଲାଇରେ ୧୦% କମ ବର୍ଷା ହୋଇଛି ।