୩ଦିନରେ ଏୟାର ଲିଫ୍ଟ ହେଲେଣି ୧୧୫୬ ଭାରତୀୟ

୩ଦିନରେ ଏୟାର ଲିଫ୍ଟ ହେଲେଣି ୧୧୫୬ ଭାରତୀୟ

୩ଦିନରେ ଏୟାର ଲିଫ୍ଟ ହେଲେଣି ୧୧୫୬ ଭାରତୀୟ

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ୫ଦିନ ଦରି ପ୍ରଚଣ୍ଡ ଯୁଦ୍ଧ ଜାରି ରହିଛି । ଏପରି ପରିସ୍ଥିତିରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଅପରେଶନ୍ ଗଙ୍ଗା ଅନ୍ତର୍ଗତ ସ୍ୱଦେଶ ଫେରାଇ ଅଣାଯାଉଛି । ଗତ ୩ଦିନରେ ମୋଟ ୧୧୫୬ଜଣ ଭାରତୀୟଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ଏୟାର ଲିଫ୍ଟ କରାଯାଇଛି ।
ସୋମବାର ସକାଳେ ରୋମାନିଆର ରାଜଧାନୀ ବୁକାରେଷ୍ଟରୁ ୨୪୯ଭାରତୀୟ ନାଗରିକଙ୍କ ସହ ଏୟାର ଇଣ୍ଡିଆର ପଂଚମ ବିମାନ ଦିଲ୍ଲୀରେ ପହଞ୍ଚିିଛି। ଏୟାର ଇଣ୍ଡିଆର ୧୯୪୨-ଏ ବିମାନ ଭରତୀୟ ସମୟ ୧୨ଟା ୩୦ରେ ବୁକାରେଷ୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ସୋମବାର ସକାଳ ପ୍ରାୟ ୬ଟା ୩୦ରେ ଏହି ବିମାନ ଦିଲ୍ଲୀରେ ପହଞ୍ଚିଛି । ପଶ୍ଚିମ ୟୁକ୍ରେନର ଉଜୋରୋଡକୁ, ସ୍ଲୋଭାକିଆର ସୀମାରେ ଏବଂ ହେଙ୍ଗେରୀ ସୀମାରେ ଭାରତୀୟ ନାଗରିକଙ୍କୁ ପଶ୍ଚିମ ଦିଗକୁ ଯିବାକୁ ସରକାର ପରାମର୍ଶ ଦେଇଛନ୍ତି ଏବଂ ସେଠାରୁ ସେମାନେ ଏକ ଟ୍ରେନରେ ରୋମାନିଆର ରାଜଧାନୀ ବୁକାରେଷ୍ଟରେ ପହଞ୍ଚିବେ । ସେଠାରୁ ସେମାନଙ୍କୁ ଏୟାର ଲିଫ୍ଟ କରାଯିବ । ଏହାପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର ହେଙ୍ଗେରୀର ପ୍ରତିପକ୍ଷ ପିଟର ସିଜାଟ୍ରେଙ୍କ ସହ କଥା ହୋଇଥିଲେ । ହଙ୍ଗେରୀ-ୟୁକ୍ରେନ ସୀମାରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାରେ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ସହାୟତା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି ।