୩ ସିଆର୍‌ପିଏଫ୍‌ ଯବାନ ସହିଦ

୩ ସିଆର୍‌ପିଏଫ୍‌ ଯବାନ ସହିଦ

୩ ସିଆର୍‌ପିଏଫ୍‌ ଯବାନ ସହିଦ

ନୂଆପଡ଼ା : ନକ୍ସଲ ହମଲାରେ ସହିଦ ହୋଇଛନ୍ତି ୩ ସିଆର୍‌ପିଏଫ୍‌ ଯବାନ। ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ୍‌ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ହୋଇଛି ଏହି ହମଲା। ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହୋଇଥିଲା ହମଲା।
ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ସିଂହ ଓ ଧର୍ମେନ୍ଦ୍ର କୁମାର ସିଂହ। ଆଉ କିଛି ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡ଼ା ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

ବୋଡେନ୍‌ ଥାନା ପାଟଧରାରେ ସିଆର୍‌ପିଏଫ୍‌ର ଏକ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହାକୁ ନକ୍ସଲମାନେ ବିରୋଧ କରୁଥିଲେ। କ୍ୟାମ୍ପ ଉଠାଇ ନେବା ପାଇଁ ନକ୍ସଲମାନେ ବ୍ୟାନର ଓ ପୋଷ୍ଟର ମାରି ଦାବି କରି ଆସୁଥିଲେ। ଆଜି ଯବାନମାନେ ଭଇଁସାଦାନିରୁ ପାଟଧରା କ୍ୟାମ୍ପକୁ ଯାଉଥିଲେ। ଏହି ସମୟରେ ନକ୍ସଲମାନେ ହମ୍‌ଲା କରିଥିଲେ। ଏହାର କଡ଼ା ଯବାବ ଦେଇଥିଲେ ସିଆର୍‌ପିଏଫ୍‌ ଯବାନ। ତେବେ ଏହାର ତିନି ଯବାନ ସହିଦ ହୋଇଛନ୍ତି।

ସହିଦ ଶିଶୁପାଳ ସିଂହଙ୍କ ଘର ଉତ୍ତର ପ୍ରଦେଶର ଆଲିଗଡ଼ର ଲାଲଗରି ଗାଁରେ। ତାଙ୍କୁ ୪୯ ବର୍ଷ ହୋଇଥିଲା। ଶିବଲାଲଙ୍କ ଘର ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ପାଇଗା ଗାଁରେ। ଧର୍ମେନ୍ଦ୍ର କୁମାର ସିଂହଙ୍କ ଘର ବିହାରର ରୋହତସ୍ ଜିଲ୍ଲାର ସରାୟା ଗାଁରେ।