୩ ବର୍ଷରେ ୩୮ ହଜାରରୁ ଅଧିକ ଶକ୍ଷକଙ୍କୁ ନିଯୁକ୍ତି

୩ ବର୍ଷରେ ୩୮ ହଜାରରୁ ଅଧିକ ଶକ୍ଷକଙ୍କୁ ନିଯୁକ୍ତି

୩ ବର୍ଷରେ ୩୮ ହଜାରରୁ ଅଧିକ ଶକ୍ଷକଙ୍କୁ ନିଯୁକ୍ତି

ବଜେଟ ଉପସ୍ଥାପନ କରି ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଶିକ୍ଷା ଓ ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି ବୋଲି ଏଥିରେ ଦର୍ଶାଯାଇଛି। କେନ୍ଦ୍ର ସରକାର ଆସନ୍ତା ୩ ବର୍ଷ ମଧ୍ୟରେ ଏକଲବ୍ୟ ମଡେଲ ଆବାସିକ ସ୍କଲଗୁଡ଼ିକରେ ୩୮,୮୦୦ ଶିକ୍ଷକ ଓ ସର୍ପୋଟ ଷ୍ଟାଫଙ୍କୁ ନିଯୁକ୍ତି ଦେବେ। ୩.୫ ଲକ୍ଷ ଆଦିବାସୀ ପିଲାଙ୍କ ପାଇଁ ଥିବା ୭୪୦ ସ୍କୁଲରେ ଏପରି ବ୍ୟବସ୍ଥା କରାଯିବ। ପିଲାମାନଙ୍କୁ ଉତ୍ତମ ବହି ଯୋଗାଇ ଦେବା ପାଇଁ ଡିଜିଟାଲ ଲାଇବ୍ରେରୀର ବ୍ୟବସ୍ଥା କରାଯିବ।

ଶିକ୍ଷକଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯିବ। ପିଲାମାନଙ୍କ ପାଇଁ ଜାତୀୟ ଲାଇବ୍ରେରି ଖୋଲାଯିବ। ପ୍ରତି ପଞ୍ଚାୟତ ଓ ୱାର୍ଡରେ ଲାଇବ୍ରେରି ଖୋଲି ପିଲାମାନଙ୍କୁ ବହି ଯୋଗାଇ ଦିଆଯିବ। ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଅନ୍ୟପକ୍ଷରେ ମିଲେଟ୍କୁ ପ୍ରୋତ୍ସାହନ ପାଇଁ 'ଶ୍ରୀଅନ୍ନ' ଯୋଜନା ଆରମ୍ଭ କରାଯାଇଛି। ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ-୧ରେ ରହିଥିବା ବେଳେ ରପ୍ତାନୀରେ ନମ୍ବର ୨ରେ ରହିଛି। କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି।

ମହାମାରୀ କରୋନା ବେଳେ ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆଉ ବର୍ଷ ଯାଏ ବୃଦ୍ଧି କରାଯାଇଛି। ସରକାର ଏହି ଯୋଜନାରେ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେବେ। ଏଯାଏ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ମାଗଣା ରାସନ ଯୋଜନା ପାଇଁ ୨ କୋଟି ଲକ୍ଷରୁ ଅଧିକ ଖର୍ଚ୍ଚ କରାଯାଇଛି।

୨୮ ମାସ ଯାଏ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି। ଚାଷୀ, ମହିଳା, ଓବିସି, ଝଉ/ଝଞ, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ବଜେଟ କରାଯାଇଛି। ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ହୋଇଛି ବୋଲି ସରକାର ସୂଚନା ଦେଇଛନ୍ତି।