୩ ଦିନରେ ୧୦.୫୮ ଲକ୍ଷ ସାଇବର ଲୁଟ୍

୩ ଦିନରେ ୧୦.୫୮ ଲକ୍ଷ ସାଇବର ଲୁଟ୍

୩ ଦିନରେ ୧୦.୫୮ ଲକ୍ଷ ସାଇବର ଲୁଟ୍
ଭୁବନେଶ୍ୱର: ମାତିଲେ ସାଇବର ଲୁଟେରା । ସୁଇବର ଲୁଟେରାଙ୍କ ଆତଙ୍କରେ ପୋଲିସ ପୂରା ନାକେଦମ ହୋଇଗଲାଣି । ୩ ଦିନ ମଧ୍ୟରେ ୧୦. ୫୮ ଲକ୍ଷ ଟଙ୍କା ଲୁଟିଲେଣୀ । କେବଳ ୧୯ ହଜାର ଟଙ୍କା ବ୍ଲକ କରିବାରେ ପୋଲିସ ସଫଳ ହୋଇଛି । ଭୁବନେଶ୍ୱରରୁ ୪୬ ଓ ଭୁବନେଶ୍ୱର ବାହାରରୁ ୭୭ଟି ଠକେଇ କଲ ସାଇବର କ୍ରାଇମ ଅଫିସକୁ ଆସିଛି । କାର୍ଡ ଜରିଆରେ ୯ଟି ଠକେଇ ହୋଇଥିବା ବେଳେ ୟୁପିଆଇ ଜରିଆରେ ୧୪ଟି ଠକେଇ ଅଭିଯୋଗ ଆସିଛି । ୨୦ଟି ଫୋନ ନମ୍ବରକୁ ବ୍ଲକ କରିବାକୁ ସୁପାରିସ ହୋଇଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।