ବିଶ୍ୱକର୍ମା ପୂଜାରେ ‘ ସହଯୋଗ ଚାରିଟେବୁଲ ଟ୍ରଷ୍ଟ ’ ର ସଫେଇ କାର୍ଯ୍ୟକ୍ରମ

ବିଶ୍ୱକର୍ମା ପୂଜାରେ ‘ ସହଯୋଗ ଚାରିଟେବୁଲ ଟ୍ରଷ୍ଟ ’ ର ସଫେଇ କାର୍ଯ୍ୟକ୍ରମ

ବିଶ୍ୱକର୍ମା ପୂଜାରେ ‘ ସହଯୋଗ ଚାରିଟେବୁଲ ଟ୍ରଷ୍ଟ ’ ର ସଫେଇ କାର୍ଯ୍ୟକ୍ରମ
ପାରାଦ୍ୱୀପ:(ଲକ୍ଷ୍ମୀନାରାୟଣ ସାହୁ) :ପାରାଦ୍ୱୀପରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଗତ ମଙ୍ଗଳବାର ଦିନ ମହା ଆଡମ୍ବର ସହକାରେ ଆରମ୍ଭ ହୋଇଛି । ଏହି ପୂଜା ଉସôବ ୭ ଦିନ ବ୍ୟାପି ଚାଲିବ । ଏହି ଉସôବ ମଧ୍ୟରେ ସବୁ ବ୍ୟବସ୍ଥା ସତ୍ୱେ ଅତ୍ୟଧିକ ଜନସମାଗମ ହେତୁ ପୂଜା ସ୍ଥଳ ଓ ରାସ୍ତାଘାଟରେ ବହୁ ପରିମାଣରେ ଅଳିଆ ଆବର୍ଜନା ସୃଷ୍ଟି ହୋଇଥାଏ । ତେବେ ପ୍ରତ୍ୟେକ ଦିନ ପୌର ପ୍ରଶାସନ ଦ୍ୱାରା ଏଗୁଡିକର ସଫେଇ କରାଯାଇଥିଲେ ମଧ୍ୟ ସ୍ଥାନୀୟ କିଛି ସ୍ୱେଚ୍ଛାସେବୀ ସଂଗଠନର ସହଯୋଗରେ ଏକାର୍ଯ୍ୟ ସୁଗମ ହୋଇଥାଏ । ମଙ୍ଗଳବାର ପୂଜାର ପ୍ରଥମ ଦିନ ଅତିକ୍ରାନ୍ତ ପରେ ବୁଧବାର ଦିନ ପ୍ରଥମ କରି ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ ସହଯୋଗ ଚାରିଟେବୁଲ ଟ୍ରଷ୍ଟ ’ ପକ୍ଷରୁ ଜୟଦେବ ସଦନ ଛକ ଠାରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ସଞିବ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ୯ଟା ପର୍ଯ୍ୟନ୍ତ ଜୟଦେବ ସଦନ ସାମ୍ନା ପଡିଆ ଅଞ୍ଚଳ ସହିତ ତତ୍ ସଲଗ୍ନ ରାସ୍ତା ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଟ୍ରଷ୍ଟର ଉପସଭାପତି ସତ୍ୟରଞ୍ଜନ ଖଟୁଆ, ସମ୍ପାଦକ ଶ୍ରୀକାନ୍ତ କୁମାର ଶତପଥୀ, ସହ ସମ୍ପାଦକ ପ୍ରଦିପ୍ତ ପ୍ରଧାନ, କୋଷାଧ୍ୟକ୍ଷ ଯଜ୍ଞପ୍ରସାଦ ଲେଙ୍କା, ସଙ୍ଗଠନ ସମ୍ପାଦକ ରବିନ୍ଦ୍ର କୁମାର ଦାସ ଏବଂ ଟ୍ରଷ୍ଟର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍ ଇଂ ଅମରେଶ ନରେଶ ସାମନ୍ତ, ବରିଷ୍ଠ ସାମ୍ବାଦକ ଧୃର୍ବ ଚରଣ ମହାପାତ୍ର, ଶଶାଙ୍କ ଶେଖର ଆଚାର୍ଯ୍ୟ, ଶୁକଦେବ ଜେନା, ଜଗବନ୍ଧୁ ସ୍ୱାଇଁ, ରବିନ୍ଦ୍ର କମାର ଜେନା, ବିବେକାନନ୍ଦ ରାଉତ, ସମାଜସେବୀ ନରେଶ କୁମାର ବାରିକ ପ୍ରମୁଖ ଯୋଗଦାନ କରି ଟ୍ରଷ୍ଟର ସଦସ୍ୟ ମାନଙ୍କୁ ଉସôାହିତ କରିଥିଲେ ।