ଛାତ୍ରୀଙ୍କୁ ମାରି ସ୍କୁଟିରେ ଆଣି ଫିଙ୍ଗିଲେ !

ଛାତ୍ରୀଙ୍କୁ ମାରି ସ୍କୁଟିରେ ଆଣି ଫିଙ୍ଗିଲେ !

ଛାତ୍ରୀଙ୍କୁ ମାରି ସ୍କୁଟିରେ ଆଣି ଫିଙ୍ଗିଲେ !
ଭୁବନେଶ୍ୱର: ଯୁବତୀଙ୍କୁ ହତ୍ୟା କରି ସ୍କୁଟିରେ ଆଣି ଫିଙ୍ଗିଲେ । ୨ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ଫିଙ୍ଗିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । କୁଆଖିଆ ଥାନା ମୂଳାପାଳ ନିକଟରେ ରାସ୍ତା କଡରେ ଶବ ଫିଙ୍ଗି ଚମ୍ପଟ ମାରିଥିଲେ । ମୃତକ ଜଣକ ହେଲେ ମୟୂରଭଂଜର ବାସିନ୍ଦା । ଛାତ୍ର ଜଣଙ୍କ ନାମ ଝରାଫୁଲ ନାଏକ । ରମାଦେବୀ କଲେଜର +୩ ଛାତ୍ରୀ । ୨୬ ତାରିଖ ରାତିରୁ ଛାତ୍ରୀଜଣକ ନିଖୋଜ ଥିବା ବୋଲି ବାପା କହିଛନ୍ତି । ଭୁବନେଶ୍ୱରରୁ ଘରକୁ ଯିବାକୁ ବସରେ ବସିଲା ପରେ ନିଖୋଜ ଥିଲେ । ଛାତ୍ରୀ ଜଣକୁ ଅପହରଣ କରାଯାଇ ହତ୍ୟା କରି ଫିଙ୍ଗା ଯାଇଥିବା ସନେ୍ଦହ କରାଯାଉଛି । କିଏ ଏବଂ କାହିଁକି ହତ୍ୟା କରି ଫିଙ୍ଗିବା କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସର ତଦନ୍ତ ଜାରି ରହିଛି ।