୩ ଦଳର ହଟ୍ଟଗୋଳରେ ଅଚଳ ବିଧାନସଭା
୩ ଦଳର ହଟ୍ଟଗୋଳରେ ଅଚଳ ବିଧାନସଭା
ଭୁବନେଶ୍ୱର: ବିଧାନସଭାରେ ପୁଣି ହଟ୍ଟଗୋଳ, ନାରାବାଜି। ଆଜି ବି ଚାଲିପାରିଲାନି ବିଧାନସଭା । ମମିତା ଝଡ଼ରେ ଷଷ୍ଠ ଦିନରେ ମଧ୍ୟ ଧୋଇଗଲା ଗୃହ କାର୍ଯ୍ୟ। ୩ ଦଳ ଚଳାଇଲେ ନାରାବାଜି। ଅଧିବେଶନ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ସବୁ ଦଳର ବିଧାୟକ। ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗରେ କଂଗ୍ରେସ ହୋହାଲ୍ଲା କରିଥିବାବେଳେ । ବିଜେପି ସଦସ୍ୟମାନେ ଘଣ୍ଟ ମାଡ କରିଲେ। ବିରୋଧୀଙ୍କୁ ସଦବୁଦ୍ଧି ଦିଅନ୍ତୁ ପ୍ରଭୁ ଲେଖା ପ୍ଲା କାର୍ଡ ଧରି ବିଜେଡି ବିଧାୟମାନେ ଗୃହ ମଧ୍ୟ ଭାଗକୁ ଆସିଥିଲେ। ଏହା ସହ ପବିତ୍ର ତୁଳସୀ ପାଣି ଛିଞ୍ଚି ଥିଲେ ଶାସକ ଦଳ ସଦସ୍ୟମାନେ। ମାତ୍ର ୨ ମିନିଟ ଚାଲିବା ପରେ ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।
ଗୃହ ବାହାରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ସଦସ୍ୟମାନେ ଧାରଣା ଦେଇଥିଲେ। ବିଜେପି ବିଧାୟକମାନେ ଜଗନ୍ନାଥଙ୍କ ଫଟୋ ଧରି ଘଣ୍ଟ ବାଡେଇ ବିଧାନସଭା ପରିସରରେ ପରିକ୍ରମା କରିବା ପରେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାଥନା କରିଥିଲେ । କଂଗ୍ରେସ ସଭ୍ୟମାନେ ପ୍ଲାକାର୍ଡ ଓ ବ୍ୟାନର ଧରି ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଧାନସଭା ଚାରିପାଖେ ପରିକ୍ରମା କରିଥିଲେ। ଅପରାହ୍ନରେ ଖର୍ଚ୍ଚ ଦାବି ଆଲୋଚନା କରାଯିବ।




admin 