୩ ଝିଅଙ୍କୁ ବିଷ ଦେଇ କଲା ହତ୍ୟା ମାଆ

୩ ଝିଅଙ୍କୁ ବିଷ ଦେଇ କଲା ହତ୍ୟା ମାଆ

୩ ଝିଅଙ୍କୁ ବିଷ ଦେଇ କଲା ହତ୍ୟା ମାଆ

ପାଟନା: ବିହାରର ବକ୍ସର ଅଞ୍ଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଆଜିର ଯୁଗରେ ଜଣେ ପୁଅଠାରୁ କେଉଁ ଗୁଣରେ ବି କମ ନୁହେଁ । ଏହାକୁ ନେଇ ନାନା ସଚେତନତା ନାନା କାର୍ୟ୍ୟକ୍ରମ କରାଯାଉଛି । ହେଲେ କିଛି ଲୋଙ୍କ ଉପରେ ଏହାର ପ୍ରଭାବ ହିଁ ପଡ଼ୁନଥିବା ଦେଖାଯାଉଛି । ବକ୍ସର ଅଞ୍ଚଳର ଗାୟଘାଟ ଗ୍ରାମରେ ପୁତ୍ର ସନ୍ତାନ ଜନ୍ମ ନହେବାରୁ ଜଣେ ମାଆ ନିଜ ୩ ପୁତ୍ରୀ ସନ୍ତାନକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଅଭିଯୁକ୍ତ ମହିଳାକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଗାୟଘାଟ ଗ୍ରାମର ସୁନୀ ଯାଦବଙ୍କ ପତ୍ନୀ ପିଙ୍କି ଯାଦବ ବୋଲି ଜଣାପଡ଼଼ିଛି । ତିନୋଟି ଝିଅ ଜନ୍ମ ହେବାପରେ ଶାଶୁ ଘର ଲୋକେ ତାଙ୍କୁ କଟାକ୍ଷ କରୁଥିଲେ । ଏଥିରେ ଚିନ୍ତିତ ବିବ୍ରତ ହୋଇ ମହିଳା ଜଣକ ନିଜ ସନ୍ତାନଙ୍କୁ ହତ୍ୟା କରିବା ଭଳି ଚରମ ଓ କ୍ରୁର ନିଷ୍ପତ୍ତି ଗ୍ରହଣ କରିଥିଲେ । ମୃତ ୩ ଝିଅଙ୍କ ବୟସ ୧୧ ବର୍ଷ, ୮ ବର୍ଷ ଓ ୬ ବର୍ଷ ବୋଲି ଜଣାପଡ଼ିଛି । ତିନି ଜଣଙ୍କ ବେକ ଚିପି ମହିଳା ଜଣକ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ବୀକାର କରିଛନ୍ତି ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି କହିଛନ୍ତି ଥାନା ଅଧିକାରୀ ।