ଏସିଆ କପ : ଶ୍ରୀଲଙ୍କା-ଆଫଗାନିସ୍ତାନ ଲଢେଇ

ଏସିଆ କପ : ଶ୍ରୀଲଙ୍କା-ଆଫଗାନିସ୍ତାନ ଲଢେଇ

ଏସିଆ କପ : ଶ୍ରୀଲଙ୍କା-ଆଫଗାନିସ୍ତାନ  ଲଢେଇ


ହାଇଦ୍ରାବାଦ: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଜିଠୁ ଆରମ୍ଭ ହେବ ସୁପର ୪ ମ୍ୟାଚ । ସୁପର ୪ରେ ରହିଛନ୍ତି ଭାରତ, ଶ୍ରୀଲଙ୍କା, ପାକିସ୍ତାନ ଓ ଆଫଗାନିସ୍ତାନ । ସୁପର ୪ରେ ମୋଟ ୬ଟି ମ୍ୟାଚ ଖେଳାଯିବ । ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ  । ସାରଜାହା ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମ୍ୟାଚ । ପୂର୍ବରୁ ଗୃପ ବି' ମ୍ୟାଚରେ ବାଂଲାଦେଶକୁ ୨ ୱିକେଟରେ ହରାଇ ସୁପର ୪ରେ ପ୍ରବେଶ କରିଥିଲା ଶ୍ରୀଲଙ୍କା । ସେହିପରି ପୂର୍ବରୁ ହଂକଂକୁ ହରାଇ ସୁପର ୪ରେ ପ୍ରବେଶ କରିଛି ପାକିସ୍ତାନ ।

୨୭ ଅଗଷ୍ଟରୁ ଏସିଆ କପ ମ୍ୟାଚ ଆରମ୍ଭ ହୋଇଥିବା ବେଳେ Group Aରେ ଥିବା ଭାରତ ୨ଟି ମ୍ୟାଚ ଖେଳି ବିଜୟୀ ହୋଇଛି । ସେହିପରି ପାକିସ୍ତାନ ୨ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇଥିଲା । Group Bରେ ଥିବା ଆଫଗାନିସ୍ତାନ ୨ଟି ମ୍ୟାଚ ଖେଳି ବିଜୟୀ ହୋଇଥିବା ବେଳେ ଶ୍ରୀଲଙ୍କା ୨ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହୋଇ ସୁପର ୪ରେ ପ୍ରବେଶ କରିଥିଲା । ସୁପର ୪ ମ୍ୟାଚ ଶେଷ ପରେ ସେପ୍ଟେମ୍ବର ୧୧ରେ ଟପ ୨ରେ ଥିବା ଦୁଇ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।