ଆଇସିସି ହଲ୍ ଅଫ୍ ଫେମରେ ସଚିନ
ଆଇସିସି ହଲ୍ ଅଫ୍ ଫେମରେ ସଚିନ
admin
Jul 19, 2019 - 07:27
Updated: Jul 19, 2019 - 07:27
ନୂଆଦିଲ୍ଲୀ: ଆଇସିସି ଭାରତର ମହାନ ବ୍ୟାଟସମ୍ୟାନ ତଥା କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କୁ ଏକ ବଡ ସମ୍ମାନ ପ୍ରଦାନ କରିଛି । ସଚ୍ଚିନଙ୍କୁ ହଲ ଅଫ ଫେମରେ ସାମିଲ କରିଛି । ଲଣ୍ଡନରେ ହେଉଥିବା ଏକ ସମାବେଶରେ ସଚିନଙ୍କ ବ୍ୟତୀତ ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଏଲନ ଡୋନାଲ୍ଡ ଏବଂ ଅଷ୍ଟ୍ରେଲିଆର ମହିଳା ବୋଲର କ୍ୟାଥେରିନଙ୍କୁ ଏହି ସମ୍ମାନ ଦେଇଛି । ସଚ୍ଚିନ ଏହି ସମ୍ମାନ ପାଇବାରେ ଷଷ୍ଠ ଭାରତୀୟ ହୋଇଛନ୍ତି । ଏହା ପୂର୍ବରୁ ବିଶନ ସିଂହ ବେଦୀ, କପିଲ ଦେବ, ସୁନୀଲ ଗାଭାସ୍ପର, ଅନିଲ କୁମ୍ବଲେ ଏବଂ ରାହୁଲ ଦ୍ରାବିଡଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଥିଲା । ଅବସର ନେବାର ୫ ବର୍ଷ ମିଳେ ଏହି ସମ୍ମାନ। ସଚିନ ୨୦୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ରେକର୍ଡ ରନ ପ୍ରତିଷ୍ଠା କରିଛନ୍ତି । ଏହି କ୍ଲବରେ ସାମିଲ ହେବା ପାଇଁ ସଚିନ ଆଇସିସିର ମାପଦଣ୍ଡକୁ ପୂରଣ କରିଛନ୍ତି । ତାଙ୍କୁ ସଙ୍ଗେସଙ୍ଗେ ଏଥିରେ ସାମିଲ କରାଯାଇଥିଲା । ଆଇସିସିର ଗାଇଡଲାଇନ ଅନୁସାରେ ଏହି କ୍ଲବରେ ସେହି ଖେଳାଳି ସାମିଲ ହୋଇପାରିବେ ଯେଉଁମାନେ ଅତି କମରେ ୫ ବର୍ଷ ହେଲା ଅନ୍ତର୍ୟାତୀୟ କ୍ରିକେଟରୁ ଅବସର ନେଇସାରିଥିବେ । ସଚିନ ନିଜର ଶେଷ ଟେଷ୍ଟ ୨୦୧୩ରେ ଖେଳିଥିଲେ ।