୩ ଓଏଏସ ଅଫିସରଙ୍କ ବଦଳି
୩ ଓଏଏସ ଅଫିସରଙ୍କ ବଦଳି
ଭୁବନେଶ୍ୱର: ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି । ବର୍ତ୍ତମାନ ଅର୍ଥ ମନ୍ତ୍ରୀଙ୍କ ଓଏସଡି ଥିବା ଦୀନକୃଷ୍ଣ କରଙ୍କୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଶ୍ରୀ ଆରୁଖଙ୍କ ପିଏସ ଥିବା ଦୀପ୍ତିରଞ୍ଜନ ବେହେରାଙ୍କୁ ଚଳିତ ମାସ ଦୁଇ ତାରିଖରେ ବିବାଦୀୟ ଘଟଣାକ୍ରମେ ଅତର୍କିତ ଭାବେ କୋରାପୁଟ ବଦଳି କରାଯାଇଥିଲା । ତାହା ପରେ ସେଠାରେ କାହାକୁ ନିଯୁକ୍ତି ମିଳିନଥିଲା । ଓରେରାର ସଚିବ ରାଜେନ୍ଦ୍ର ମିଶ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ବିଜୟ କୁମାର ପୃଷ୍ଟିଙ୍କୁ ଓରେରାକୁ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି ।




admin 