୨୬ଜଣ ଏଚଏଫଏମଡି ଆକ୍ରାନ୍ତ ଚିହ୍ନଟ
୨୬ଜଣ ଏଚଏଫଏମଡି ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଏଚଏଫଏମଡି ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୩୬ ଜଣଙ୍କ ନମୁନା ଆରଏମଆରସିକୁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୬ଜଣ ପଜିଟିଭ୍ ଥିବା ଜଣାପଡିଛି । ଜିନୋମ ସିକ୍ୟେୁନ୍ସିଂ ପାଇଁ ଉକ୍ତ ନମୁନା ଗୁଡିକୁ ପୁଣେ ପଠାଯାଇଛି । ରାଜ୍ୟରେ ଏବେ ବି ଟମାଟୋ ଫ୍ଲୁ ରୋଗୀ ନାହାନ୍ତି । କେବଳ ୨୬ ଜଣ ହ୍ୟାଣ୍ଡ, ଫୁଟ ଆଣ୍ଡ ମାଉଥର ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୬ ଜଣଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୯, ଖୋଦ୍ଧାରୁ ୨, ପୁରୀରୁ ୩ ଓ କଟକରୁ ୨ଜଣ ରହିଛନ୍ତି । ଏଚଏଫଏମଡି ଚିହ୍ନଟ ହୋଇଥିବା ସମସ୍ତଙ୍କ ବୟସ ୯ ବର୍ଷରୁ କମ୍ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ହାତ, ମୁହଁରେ ନାଲି ଫଳି ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ । ଏହି ରୋଗରେ ଆକ୍ରାନ୍ତ ଥିବା ପିଲାଙ୍କୁ ୫/୭ଦିନ ଆଇସୋଲେସନର ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।




admin 