୨୫ ତାରିଖରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର
୨୫ ତାରିଖରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର : ସରକାର ଅକ୍ଟୋବର ୨୫ ତାରିଖରେ ଛୁଟି ଘୋଷଣା କରିଛନ୍ତି । ଅକ୍ଟୋବର ୨୫ରେ ସୂର୍ଯ୍ୟପରାଗ ପଡୁଥିବାରୁ ଉକ୍ତ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଆସନ୍ତା ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତା ସହିତ ରାଜସ୍ୱ ବିଭାଗୀୟ କୋର୍ଟ, ବ୍ୟାଙ୍କ୍ ଓ ଅନ୍ୟ ସମସ୍ତ ବ୍ୟାଙ୍କିଙ୍ଗ୍ ଇନଷ୍ଟିଚୁ୍ୟସନ୍ ମଧ୍ୟ ଏହିଦିନ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।
୨୫ ତାରିଖ ଦିନ ସୂର୍ୟ୍ୟୋପରାଗ ହେବ। ଦୀପାବଳି ଅବସରରେ ଭାରତରେ ଏହା ଆଂଶିକ ସୂର୍ୟ୍ୟେଗ୍ରହଣ ଭାବେ ସନ୍ଧ୍ୟା ସମୟରେ ଦେଖାଯିବ। ପୁଣି ୫ ବର୍ଷ ପରେ ଅର୍ଥାତ ୨୦୨୭ ଅଗଷ୍ଟ ୨ ତାରିଖରେ ହେବାକୁ ଥିବା ସୂର୍ୟ୍ୟୋପରାଗ ଭାରତରେ ଆଂଶିକ ଭାବେ ଦେଖାଯିବ। ଦୀପାବଳି ପର୍ବ ମଧ୍ୟରେ ଦେଖାଯିବାକୁ ଥିବା ଏହି ବିରଳ ସୂର୍ୟ୍ୟୋପରାଗ ସୂର୍ୟ୍ୟ ଓ ପୃଥିବୀ ମଧ୍ୟରେ ଗୋଟିଏ ରେଖାରେ ଚନ୍ଦ୍ର ଆସିବା କାରଣରୁ ପୃଥିବୀର କିଛି ଭୂଭାଗରୁ ସୂର୍ୟ୍ୟ ସଂପୂର୍ଣ୍ଣ ଗୋଲ ଦେଖାଯିବ ନାହିଁ। ଅର୍ଥାତ ସୂର୍ୟ୍ୟଙ୍କ କିଛି ଅଂଶ ପୃଥିବୀ ପୃଷ୍ଠରୁ ଦେଖାଯିବ। ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ପାଖାପାଖି ୪ଟା ପରେ ଚଳିତ ବର୍ଷର ଶେଷ ସୂର୍ୟ୍ୟୋପରାଗ ଦେଖାଯିବ। ସୂର୍ୟ୍ୟ ଅସ୍ତ ହେବା ପର୍ୟ୍ୟନ୍ତ ଆଂଶିକ ସୂର୍ୟ୍ୟୋପରାଗ ରହିବ। ଏହା ପରେ ଭାରତରେ ଏହି ଭଳି ସୂର୍ୟ୍ୟୋପରାଗ ଦେଖିବାକୁ ୨୦୨୭ ଅଗଷ୍ଟ ୨ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।




admin 